logo
add image
କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସ୍ଵଚ୍ଛ ଭାରତ ସଙ୍ଗଠନ ପକ୍ଷରୁ ଶୈବପୀଠ ମାନଙ୍କରେ ସ୍ଵଚ୍ଛତା  ଅଭିଯାନ 

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସ୍ଵଚ୍ଛ ଭାରତ ସଙ୍ଗଠନ ପକ୍ଷରୁ ଶୈବପୀଠ ମାନଙ୍କରେ ସ୍ଵଚ୍ଛତା  ଅଭିଯାନ 

ସୋନପୁର/୦୨/୧୧/୨୦୨୫(ଆଧାର ମିଡ଼ିଆ)୨୦୧୪ ମସିହାରୁ ସୋନପୁର ଓ ମନମୁଣ୍ଡା ଉଭୟ ସହରରେ ଜାରି ରହିଥିବା ସ୍ଵଚ୍ଛ ଭାରତ ସଙ୍ଗଠନ ସୋନପୁର ମନମୁଣ୍ଡା ପକ୍ଷରୁ ସ୍ଵଚ୍ଛତା ଓ ପଲିଥିନ ମୁକ୍ତ ସଚେତନତା ଅଭିଯାନ ଏ ବର୍ଷ ମଧ୍ୟ କାର୍ତ୍ତିକ ପୂର୍ଣ୍ଣିମା ୨୦୨୫ ଅବସରରେ ଉଭୟ ସହର ରେ କେବଳ ବିଭିନ୍ନ ଶୈବ ପୀଠ ମାନଙ୍କ ରେ ଏହି ଅଭିଯାନ  ଅୟୋଜନ କରା ଯାଇଥିଲା l ଏ ଅବସର ରେ ଆଜି ସୋନପୁର ପଟା ଭାଡ଼ି ସ୍ଥିତ ଶ୍ରୀ ଲୋକନାଥ ଶୈବପୀଠ ରେ ସ୍ବଚ୍ଛତା ଅଭିଯାନ ଅନୁଷ୍ଟିତ ହୋଇଥିଲା lସ୍ୱଚ୍ଛତା କାର୍ଯ୍ଯକ୍ରମ ପରେ ଜଗତ କଲ୍ୟାଣ ପାଇଁ ଓ ହୃଦ ରୋଗରେ ପୀଡିତ ଥିବା ସଙ୍ଗଠନର ଉପଦେଷ୍ଟା ତଥା ବିଶିଷ୍ଟ ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ ଙ୍କ "ଧର୍ମ ପତ୍ନୀ" ଶ୍ରୀମତୀ ମୈଥିଳୀ ମଲ୍ଲିକ ଙ୍କ ସମ୍ପୂର୍ଣ୍ଣ ଆରୋଗ୍ୟ କାମନା କରି ସାମୂହିକ ପ୍ରାର୍ଥନା କରାଯାଇଥିଲା lସଂଗଠନର ପରାମର୍ଶ ଦାତା ଶ୍ରୀ ଗରିବ ଲୋଇ ଙ୍କ ତତ୍ୱାବଧାନରେ ଉପସଭା ନେତ୍ରୀ ଇନ୍ଦୁ ମତି ପୁରୋହିତ ଙ୍କ ନେତୃତ୍ଵରେ ଅନୁଷ୍ଟିତ ଏହି କାର୍ଯ୍ଯକ୍ରମକୁ ସଂଯୋଜକ ମନୋରଞ୍ଜନ ତ୍ରୀପାଠୀ ସଂଯୋଜନା କରିଥିଲେ l ମନ୍ଦିରର ପ୍ରତିଷ୍ଠାତା ଗୌରୀ ଶଙ୍କର ପାତ୍ର,ପୂଜକ ଦୟାନିଧି ବିଶି,ସ୍ବଚ୍ଛ ଭାରତର ବରିଷ୍ଠ ସଦସ୍ୟ ପ୍ରହଲ୍ଲାଦ ମିଶ୍ର,ବୈକୁଣ୍ଠ ଶତପଥୀ,ପ୍ରମୋଦ କୁମାର ସାହୁ,ଡାକ୍ତର ସରୋଜ କୁମାର ପଟେଲ,ଲଡ଼ୁ କିଶୋର ମଲ୍ଲିକ,ପ୍ରଫୁଲ୍ଲ ନାଏକ,ରୋମୁ ତିୱାର,ପ୍ରତାପ ଦାଶ,ଅମର ଭୂତ୍,ଜୟନ୍ତ ବେହେରା,ନାରାୟଣ ରଥ,ରାଧା ଗୋବିନ୍ଦ ମେହେର,ବୀର କିଶୋର ମେହେର ପ୍ରମୁଖ ବହୁ ସଦସ୍ୟ ଏହି କାର୍ଯ୍ଯକ୍ରମରେ ଯୋଗ ଦେଇଥିଲେ lନୂତନ ସଦସ୍ୟ ଶଙ୍କର ମେହେର,ଗୁପ୍ତେଶ୍ୱର ମେହେର ଓ ନାରାୟଣ ମେହେର ଙ୍କୁ ଆଜି ସଙ୍ଗଠନ ପକ୍ଷରୁ ସ୍ବାଗତ କରାଯାଇଥିଲା l
 

Recent Comments

Leave Comments

Top