logo
add image
ବାଲ୍ୟ ବିବାହ ନିରାକରଣ ନିମନ୍ତେ ସଚେତନତା ବୈଠକ ଅନୁଷ୍ଠିତ

ବାଲ୍ୟ ବିବାହ ନିରାକରଣ ନିମନ୍ତେ ସଚେତନତା ବୈଠକ ଅନୁଷ୍ଠିତ

ଢେଙ୍କାନାଳ/୦୨/୧୧/୨୦୨୫(ଆଧାର ମିଡ଼ିଆ)ଢେଙ୍କାନାଳ ଜିଲ୍ଲାରେ ବାଲ୍ୟ ବିବାହ ନିରାକରଣ ସକାଶେ ଓଡାପଡ଼ା ବ୍ଲକ କୁଶୁପଙ୍ଗା ଗ୍ରାମଠାରେ ବିଶ୍ଵ ଯୁବକେନ୍ଦ୍ର ପକ୍ଷରୁ ପରିଚାଳିତ ପ୍ରକଳ୍ପ ଆକସେସ ଟୁ ଜଷ୍ଟିସ ଫର ଚିଲ୍ଡରେନ୍ସ ତରଫରୁ ଶନିବାର ୧.୧୧.୨୫ ରେ ସଚେତନତା ବୈଠକ ଅନଷ୍ଠିତ ହେଇଯାଇଛି।ଏହି କାର୍ଯକ୍ରମର ମୁଖ୍ୟ ବିଷୟ ବସ୍ତୁ ବାଲ୍ୟ ବିବାହ ନିଷେଧ ଆଇନ ୨୦୦୬ ବିଷୟରେ ସଚେତନତା ବାଲ୍ୟ ବିବାହ ଯୋଗୁଁ ଝିଅ ଉପରେ ପଡ଼ୁଥିବା ଶାରୀରିକ,ପାରିବାରିକ,ମାନସିକ ତଥା ଆର୍ଥିକ ଚାପ, ସାମାଜିକ କୁପରିନାମ,ବାଲ୍ୟବିବାହ କ୍ଷେତ୍ରରେ  ଆୟୋଜନକାରୀ ତଥା ସହଯୋଗକାରୀଙ୍କୁ ଦଣ୍ଡବିଧାନ ତଥା ନିରାକରଣ  ପାଇଁ ସମୁଦାୟୀକ ଭୂମିକା ଉପରେ ଆଲୋଚନା ହୋଇଥିଲା।ଏହାବ୍ୟତିତ ବୈଠକରେ ଶିଶୁ ଶ୍ରମିକ,ଶିଶୁ ଚାଲାଣ ଓ ଶିଶୁ ମାନଙ୍କ ଉପରେ ହେଉଥିବା ଯୌନ ନିର୍ଯାତନା  ଉପରେ ଆଲୋଚନା  ହୋଇଥିଲା।ବୈଠକ ଗୁଡିକରେ ସ୍ଥାନୀୟ ୱାର୍ଡ ମେମ୍ବର,ଆଶା ଓ ଅଙ୍ଗୱାଡ଼ି କର୍ମୀ ଯୋଗଦେଇ ଏହି ପ୍ରୟାସରେ ତାଙ୍କର ଭୂମିକା ବିଷୟରେ ଜଣାଇଥିଲେ।କାର୍ଯ୍ୟକ୍ରମର ଆୟୋଜନ ଓ ପରିଚାଳନା ପ୍ରକଳ୍ପ ସହଯୋଗୀ ବିଦୁଲତା ଭଞ୍ଜ ଯୋଗଦେଇଥିଲେ ।
 

Recent Comments

Leave Comments

Top