ସୋନପୁର/୦୩/୧୧/୨୦୨୫(ଆଧାର ମିଡ଼ିଆ)ଆଜି ମହାନ୍ ଜନ ନାୟକ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଜନ୍ମଦିନ ଅବସର ରେ ସ୍ଥାନୀୟ ଝିଙ୍କି ସ୍ଥିତ ସରକାରୀ ପଲି ଟେକ୍ନିକ ଠାରେ ତ୍ରି ଦିବସୀୟ ଧ୍ୟାନ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।ରାଷ୍ଟୀୟ ଏକତା ସକାଶେ କାର୍ଯ୍ୟକରି ସାରା ଦେଶକୁ ଏକ ସୂତ୍ରରେ ବାନ୍ଧି ରଖିଥିବା ଲୌହ ମାନବ ସର୍ଦ୍ଧାର ବଲଭ ଭାଇ ପଟେଲ ଙ୍କ ଜୀବନୀ କୁ ସ୍ମୃତି ଚାରଣ କରାଯାଇଥିଲା। ଅନୁଷ୍ଠାନର ଶତାଧିକ ଛାତ୍ର ଛାତ୍ରୀଙ୍କ ମଧ୍ୟ୍ୟ ରେ ଅନୁଶାସନ,ଆତ୍ମ ବିଶ୍ୱାସ ଓ ମନୋବଳକୁ ମଜବୁତ ସହିତ ଶରୀର ର ସୁସ୍ଥତା ହେତୁ ଯୋଗ ଏକ ଅପରିହାର୍ଯ୍ୟ ଅଙ୍ଗ ବୋଲି ଆଲୋଚନା କରାଯାଇଥିଲା। ଯୋଗ ପ୍ରଶିକ୍ଷକ ମନୋଜ ପଣ୍ଡା ଯୋଗର ବିଭିନ୍ନ ଆସନ,ସୂର୍ଯ୍ୟ ନମସ୍କାର ଦଣ୍ଡ ବୈଠକ ମୁଖ୍ୟତଃ ଯୋଗଦାନ ଓ ଶେଷରେ ଯୋଗ ନିଦ୍ରାର ଅଭ୍ୟାସ କରାଯାଇଥିଲେ।ଏହି କାର୍ଯ୍ୟକ୍ରମକୁ ବରିଷ୍ଟ ଅଧ୍ୟ।ପକ ପଦ୍ମଲୋଚନ ବେହେରା, ଅଧ୍ୟ।ପକ ସୁବ୍ରତ,ଏଲ ମନୀକାନ୍ତ କୁମାର ମିଶ୍ର ଓ ଦୁର୍ଯ୍ୟୋଧନ ଶାଣ୍ଢ ପ୍ରମୁଖ ସହଯୋଗ କରିଥିଲେ।
Recent Comments