ପିପିଲି,୪/୧୧/୨୦୨୫(ଆଧାର ମିଡ଼ିଆ)ପିପିଲି ଏସଡିପିଓ କାର୍ଯ୍ୟାଳୟ ଅଧିନ ଵଳଙ୍ଗା ଥାନା ବାଲିଆ ଗ୍ରାମରେ ଦୁଇ ପରିବାର ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ,ଉଭୟପଟୁ ଆହତ ହୋଇଥିଵା ନେଇ ପୃଥକ ପୃଥକ ଭାବରେ ଦୁଇଟି ଅଭିଯୋଗ ହୋଇଛି।ସୂଚନା ମୂତାଵକ ଭାରତୀ ପାତ୍ର କରିଥିବା ଅଭିଯୋଗ ଅନୁଯାୟୀ ଗତ ୨ ତାରିଖ ରାତ୍ର ୮ ଘଟିକା ସମୟରେ ମୋର ସ୍ବାମୀ ବସନ୍ତ ପାତ୍ର ଆମ ଘରେ ଖାଉଥିବା ସମୟରେ ମୋର ଦେଢଶୁର ମହନ୍ତ ପାତ୍ର,ତାଙ୍କର ପୁଅ ପପୁନା ପାତ୍ର,ଜ୍ୱଇ ଦୀପୁନା ଗୁରୁ ଓ ଝିଅ ଆମ ଘରେ ପଶି ଆମମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମୋର ସ୍ବାମୀକୁ ବାଡିଆପିଟା କଲେ।ମୋର ପୁଅ ପ୍ରକାଶ ପାତ୍ର(୧୧)କୁ ଟେକି ନେଇ ପାଖରେ ଥିବା କେନାଲ ଭିତରକୁ ଫୋପାଡି ଦେଲେ। ମୋର ଶାଶୁ ଓ ମୋତେ ଟାଙ୍ଗିଆରେ ଆମକୁ ଆକ୍ରମଣ କରିଥିଲା। ଆକ୍ରମଣରେ ମୋର ମୁଣ୍ଡ ଫାଟି ଯିବାରୁ ମୋ ସ୍ବାମୀ ପ୍ରତିବାଦ କରିବାରେ ମୋ ସ୍ବାମୀକୁ ମଧ୍ୟ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକମାନେ ଆମକୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲେ। ଅପରପକ୍ଷରେ ସୋନି ଗୁରୁ କରିଥିବା ଅଭିଯୋଗ ଅନୁଯାୟୀ ମୁଁ ମୋ ସ୍ବାମୀ ସହିତ ବାପଘରକୁ ଆସିଥିବା ବେଳେ ସେଠାରେ ପହଞ୍ଚିବା ମାତ୍ରେ ବସନ୍ତ ପାତ୍ର ମତେ ଦେଖି ଅଶ୍ଳୀଳ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମୋର ସ୍ବାମୀକୁ ତାର ସ୍ତ୍ରୀ ଭାରତୀ ପାତ୍ର ଆସି କାମୁଡି ଦେବାରେ ମୁଁ ପ୍ରତିବାଦ କରିବାରୁ ବସନ୍ତ ମୋର ଚୁଟିକୁ ଧରି ବାଡିଆପିଟା କରିଥିଲା।ଏ ନେଇ ଵଳଙ୍ଗା ଥାନାରେ ଦୁଇଟି ଅଭିଯୋଗ ହେବାପରେ ଵଳଙ୍ଗା ପୋଲିସ ୨୪୦/୨୫ ଓ ୨୪୧/୨୫ ରେ ଦୂଇଟି ମାମଲା ରୁଜୁ କରିବା ସହ ଉଭୟ ପକ୍ଷରୁ ପ୍ରଫୁଲ୍ଲ ପାତ୍ର,ପବିତ୍ର ପାତ୍ର,ଦୀପକ ଗୁରୁ,ବସନ୍ତ ପାତ୍ରଙ୍କୁ ଗିରଫ କରି ଆଜି ଅପରାହ୍ନରେ କୋର୍ଟ ଚାଲାଣ କରିଛି।
Recent Comments