logo
add image
ଜମନକିରା ସେକ୍ସନରେ ହାତୀ ଉପଦ୍ରଵ, ଏକର ଏକର ଧାନ ଫସଲ ନଷ୍ଟ

ଜମନକିରା ସେକ୍ସନରେ ହାତୀ ଉପଦ୍ରଵ, ଏକର ଏକର ଧାନ ଫସଲ ନଷ୍ଟ

ଜମନକିରା/୬/୧୧/୨୦୨୫(ଆଧାର ମିଡ଼ିଆ//ରିପୋର୍ଟ-ରାଜେନ୍ଦ୍ର ନାୟକ)ଜମନକିରା ବନ୍ୟପ୍ରାଣୀ ରେଞ୍ଜ ଅଧୀନ ଜମନକିରା ସେକ୍ସନ୍ ଫୁଲକୁସମ ବିଟରେ ଏଵେ ଜଙ୍ଗଲି ହାତୀ ଉପଦ୍ରଵ ଲାଗି ରହିଛି l ସନ୍ଧ୍ୟା ହେଲେ ହାତୀପଲ ଜମି ରେ ପଶି ଚାଷୀ ଙ୍କ ପାଚିଲା ଧାନ ଫସଲ ନଷ୍ଟ କରୁଥିବା ବେଳେ ଏଵେ ଚାଷୀକୁଳ ନିଜ ଫସଲ ରକ୍ଷା ପାଇଁ ଚିନ୍ତା ରେ ପଡିଛନ୍ତି।ସୂଚନା ଅନୁଯାୟୀ,ଚଳିତ ବର୍ଷ ଜମନକିରା ସେକ୍ସନ ଅଞ୍ଚଳରେ ଧାନ ଅମଳ ପୁର୍ବୁରୁ ଅନେକ ଗାଁ ରେ ହାତୀପଲ କ୍ଷୟକ୍ଷତି କରୁଛନ୍ତି।ଏହିକ୍ରମ ରେ ଫୁଲକୁସମ ବିଟ ଅଧୀନ ବଡ଼ମାଳ,କୋଲ୍ହପାଳ, ଜାମୁମାଲ, ଟାଙ୍ଗରାଣୀ, ବଂଜାରି,ପାଲୋ ଖମନ୍,ସାଉନ୍ତିମାଲ,ଫୁଲକୁସମ,ବାଞ୍ଜିଆମ,କଟଙ୍ଗପାଣି ଭଳି ଅନେକ ଗାଁରେ ହାତୀପଲ ଚାଷ ଜମିକୁ ପଶି ଚାଷୀଙ୍କ ଏକର ଏକର ଫସଲ ନଷ୍ଟ କରିଚାଲିଛନ୍ତି।ବଡମାଲ ଗାଁ ର ସୁଜିତ୍ ବୁସ (୩୫) ଏଵଂ ସୁସ୍ମିତା ମୁଣ୍ଡା (୩୨) ଙ୍କ ପ୍ରାୟ ୫ ଏକର ଚାଷଜମିକୁ ହାତୀପଲ ମାଡି ଦଳି ଖାଇ ନଷ୍ଟ କରିଛନ୍ତି।ଏନେଇ ଗାଁ ଲୋକେ ବାରମ୍ବାର ବନ କର୍ମଚାରୀଙ୍କୁ ହାତୀପଲ ସଂପର୍କ ରେ ସୂଚନା ଦେଉଥିଲେ ସୁଦ୍ଧା ହାତୀ ଘଉଡ଼ିବା ପାଇଁ ବିଲକୁଲ ଉଦ୍ୟମ କରୁ ନ ଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି।ଫଳରେ ଗ୍ରାମବାସୀ ମହିଳା,ପୁରୁଷ,ଛୁଆ ପିଲା ଏକା ସାଙ୍ଗରେ ଜମା ହୋଇ ଏଵେ ନିଜେ ସନ୍ଧ୍ୟା ବେଳେ ନିଜ ଚାଷ ଜମିକୁ ଯାଇ ମଶାଲ ଜଳାଇ, ବାଜା, ଫଟକା,ଶବ୍ଦ ଯନ୍ତ୍ର ବଜାଇ ଜଙ୍ଗଲି ହାତୀ ଘଉଡ଼ାଉଛନ୍ତି।ରାତି ସାରା ଚାଷ ଜମିରେ ଅନିଦ୍ରା ରହି ହାତୀ ଘଉଡ଼ାଉ ଥିବା ବେଳେ ବନ ବିଭାଗ ପକ୍ଷରୁ ହାତୀ ଘଉଡ଼ିବା ପାଇଁ କୌଣସି ପ୍ରକାର ସରକାରୀ ସୁବିଧା ମିଳି ପାରୁନାହିଁ।ବନବିଭାଗ କର୍ମଚାରୀ ଗାଁକୁ ମଝି ମଝିରେ ଆସି ଲୋକଙ୍କ ସହିତ ମୋବାଇଲ ସେଲ୍ଫି ନେଇଚାଲି ଯାଉଛନ୍ତି। ଏଭଳି ପରିସ୍ଥିତିରେ ହାତୀ ଘଉଡିବା ବେଳେ କୌଣସି ଚାଷୀଙ୍କୁ ହାତୀ ଆକ୍ରମଣ କରେ ଏଥିପାଇଁ ବନବିଭାଗ ଦାୟୀ ରହିବ ବୋଲି ବଡ଼ମାଲ ଗ୍ରାମବାସୀ କହିଛନ୍ତି।ଏଣୁ ଜମନକିରା ବନ ବିଭାଗ ପକ୍ଷରୁ ଚାଷୀଙ୍କୁ ଅବିଳମ୍ବେ ଚାଷୀଙ୍କୁ କ୍ଷୟକ୍ଷତି ର ଅନୁକମ୍ପା ରାଶି ପ୍ରଦାନ ସହ ହାତୀ ଘଉଡିବା ପାଇଁ ଅତ୍ୟାଧୁନିକ ସାମଗ୍ରୀ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।ଏନେଇ ଜମନକିରା ରେଞ୍ଜ ଅଫିସର୍ ଲକ୍ଷ୍ମୀନାରାୟଣ ନାଏକ ଙ୍କୁ ପଚାରିବାରୁ ଗାଁ ଲୋକଙ୍କ ସହିତ ଆମର ଷ୍ଟାଫ୍ ହାତୀପଲ ଯେଉଁ ଆଡ଼େ ଯାଉଛି ଜଗୁଛନ୍ତି।ଯେଉଁ ଚାଷୀଙ୍କ ଧାନ ହାତୀପଲ କ୍ଷତି କରୁଛି ଅନୁକମ୍ପା ସାଇଟ୍ କୁ ଯାଇ ଅନ୍ ଲାଇନ୍ ଦରଖାସ୍ତ କରନ୍ତୁ କିମ୍ବା ତାଙ୍କର ବନ କର୍ମଚାରୀଙ୍କ ସହିତ ଯୋଗାଯୋଗ କଲେ ବନକର୍ମଚାରୀ ସ୍ପଟ୍ କୁ ଯାଇ ନିରୀକ୍ଷଣ କଲା ପରେ ଅନଲାଇନ୍ ଆବେଦନ କରିବେ।

Recent Comments

Leave Comments

Top