logo
add image
ଗୁଣୁପୁର ର ୬ ଓ ରାମନାଗୁଡ଼ାର ୨ ବେଆଇନ କ୍ଲିନିକ ସିଲ କଲା ପ୍ରଶାସନ

ଗୁଣୁପୁର ର ୬ ଓ ରାମନାଗୁଡ଼ାର ୨ ବେଆଇନ କ୍ଲିନିକ ସିଲ କଲା ପ୍ରଶାସନ

ଗୁଣପୁର/୭/୧୧/୨୦୨୫(ଆଧାର ମିଡ଼ିଆ)ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡରେ ବେଆଇନ ଭାବେ ଚାଲିଥିବା କ୍ଲିନିକ୍ ଗୁଡିକକୁ ଆଜି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସିଲ୍ କରିଛି।ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲିପ  ଗତକାଲି ଅଚାନକ ଚଢାଉ କରି ବିଭିନ୍ନ କ୍ଲିନିକ୍ ଗୁଡିକୁ ଯାଞ୍ଚ କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦେଇଥିଲେ।ଆଜି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ଵାସ୍ଥ୍ୟ ଅଧିକାରି ଭି.ସରୋଜିନୀ ଦେବୀଙ୍କ ନେତୃତ୍ବରେ ଏକ ଟିମ୍ ବେଆଇନ କ୍ଲିନିକ୍ ଗୁଡିକୁ ପହଞ୍ଚି କାଗଜପତ୍ର ଯାଞ୍ଚ କରିବା ସହ ୬ଟି କ୍ଲିନିକକୁ ସିଲ୍ କରିଛନ୍ତି।ମାଜିଷ୍ଟ୍ରେଟ ଭାବେ ରାମନାଗୁଡା ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ ଉପସ୍ଥିତ ରହିଥିଲେ।ଏମ ଏମ ମେଡିକସ, ଆମ୍ମା କ୍ଲିନିକ, ଅମୂଲ୍ୟ ଭାରତ, ରାଧିକା, ଜଶେଫ ଶବର, ଅନନ୍ତ ଦାସ ପ୍ରମୁଖ କ୍ଲିନିକ ଓ ପାଥୋଲ୍ୟାବର କାଗଜପତ୍ର ତନଖି କରିବା ସମୟରେ ବହୁ ଅସଙ୍ଗତି ନଜରକୁ ଆସିବା ପରେ ସେଗୁଡିକୁ ସିଲ କରିଦିଆଯାଇଛି । ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଆଦର୍ଶ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେବା ସହ ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ଉପ ଜିଲ୍ଲାପାଳ ଗୁଣପୁର ଉପଖଣ୍ଡର ସମସ୍ତ ଜନ ସଧାରଣଙ୍କୁ ଅପିଲ  କରିଥିଲେ।ଏଥିସହ ଆଜି ଅତିରିକ୍ତ ଜିଲ୍ଲାପାଳ,ରାୟଗଡ ନିହାର ରଞ୍ଜନ କହଁରଙ୍କ ନେତୃତ୍ୱରେ ରାମାନଗୁଡ଼ା ବ୍ଲକରେ ମଧ୍ୟ ୦୨ଟି ବେଆଇନ କ୍ଲିନିକ୍ ର କାଗଜପତ୍ର ତନଖି କରିବା ସହ ସିଲ୍ କରାଯାଇଛି।ଆସନ୍ତା ଦିନ ମାନଙ୍କରେ ଗୁଣପୁର ଉପଖଣ୍ଡର ସମସ୍ତ ବ୍ଲକ,ଗ୍ରାମରେ ଥିବା ବିଭିନ୍ନ ବେଆଇନ କ୍ଲିନିକ୍ ଉପରେ ଚଢାଉ ଜାରି ରହିବ ଓ ଲୋକଙ୍କ ସ୍ୱାସ୍ତ୍ୟ ସେବାରେ ଯେମିତି ଅସୁବିଧା ହେବନାହିଁ ତାହା ଉପରେ ତୀକ୍ଷ୍ଣ ନଜର ରଖାଯିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।ଆଜିର ଏହି କାର୍ଯ୍ୟକ୍ରମରେ ଗୁଣପୁର ଭାରପ୍ରାପ୍ତ ଉପଖଣ୍ଡ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ପ୍ରଦୀପ କୁମାର ପଣ୍ଡା, ରାଜେଶ ପାତ୍ର, ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Recent Comments

Leave Comments

Top