କଣିହାଁ/୦୭/୧୧/୨୦୨୫(ଅଧାର ମିଡ଼ିଆ//ରିପୋର୍ଟ-ଟୁନା ସାହୁ)ଅନୁଗୋଳ ଏନଟିପିସି ତାଳଚେର କଣିହାଁ ର ୭ ନଭେମ୍ବର ୨୦୨୫ ରେ ୫୧ତମ ଏନଟିପିସି ପ୍ରତିଷ୍ଠା ଦିବସକୁ ବହୁ ଉତ୍ସାହର ସହିତ ପାଳନ ହୋଇଥିଲା। ଏନଟିପିସିର ପ୍ରଶାସନିକ ଭବନରେ ଏକ ସରକାରୀ ସମାରୋହ ହୋଇଥିଲା ଏଥିରେ ମୁଖ୍ୟଅତିଥି ଭାବେ ଏନଟିପିସି ର କାର୍ଯ୍ୟନିର୍ବାହୀ ଅଧିକାରୀ କେ ନରସିଂହ,ଏନଟିପିସି ପତାକା ଉତ୍ତୋଳନ ସହିତ କେକ କାଟିଥିଲେ ଏବଂ ୫୧ ଟିବେଲୁନ ଉଡାଇଥିଲେ।ଶ୍ରୀ କେ ଏନ ରେଡି ତାଙ୍କ ଅଭିଭାଷଣରେ ଏନଟିପିସିର ଏହି ଲମ୍ବା ଯାତ୍ରା ଉପରେ ଆଲୋକପାତ କରିଥିଲେ,ଗତ ବର୍ଷ ମଧ୍ୟରେ ଏନଟିପିସି ତାଳଚେର କଣିହାଁରେ ଏହାର ଜାତୀୟ ସଫଳତା ଏବଂ ଉଲେଖନୀୟ ମାଇଲ ଖୁଣ୍ଟିଉପରେ ଆଲୋକପାତ କରିଥିଲେ, କର୍ମଚାରୀମାନେ ପ୍ଲାଣ୍ଟ ଅଡିଟରୀୟମରେ ଏକ ତ୍ରିତ ହୋଇ ଏନଟିପିସି ର ସିଏମଡି ଙ୍କ ଭାଷଣକୁ କର୍ପୋରେଟ କାର୍ଯ୍ୟାଳୟରୁ ସିଧା ପ୍ରସାରହୋଇଥିଲା, ଭାରତ ସରକାରଙ୍କ ଶକ୍ତି ମନ୍ତ୍ରାଣାଳୟର ନିର୍ଦେଶବଳି ଅନୁଯାୟୀ ''ବନ୍ଦେ ମାତରମ'' ରଚନାର ୧୫0 ବର୍ଷ ପାଳନକରିବା ଏବଂ ସମସ୍ତଙ୍କ ମଧ୍ୟରେ ଜାତୀୟ ଗର୍ବ ଭାବନା ସୃଷ୍ଟି ନିମନ୍ତେ ଦେଶାତ୍ମକବୋଧ ଗୀତ ଗାନ କରାଯାଇଥିଲା।ସକାଳ ସାଢେ ୭ ଏନଟିପିସି କର୍ମଚାରୀମାନେ ଏକ ପଦଯାତ୍ରା ସାମିଲ ହୋଇ ପରେ ବୃକ୍ଷ ରୋପଣ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା,ଏହି କାଯ୍ୟକ୍ରମରେ ଚୌଧୁରୀ ସତ୍ୟ ରାମ କ୍ରିଷ୍ଣନ,ସିଜିଏମ ଓ ଆଣ୍ଡ ଏମ,ସୁମିତ କୁମାର କୁଣ୍ଡୁ ଜିଏମ, ସମର୍ପିତା ଦେୱାସୀ ଜୀଏମ ପ୍ରଜେକ୍ଟ, ନଵନିତ କୁମାର ମାନବ ସମ୍ବଳ ମୁଖ୍ୟ ଏବଂ ଏନଟିପିସି ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ କର୍ମଚାରୀ ସିଆଇଏସଏଫ ସମେତ ୟନିଅନ, ଆସୋସିଏସନ ସଦସ୍ୟ ମାନେ ଉପସ୍ଥିତ ଥିଲେ।ପ୍ରତିଷ୍ଠା ପାଳନ ଉପଲକ୍ଷେ ନଭେମ୍ବର ୭ ତାରିଖ ପଯ୍ୟନ୍ତ ଅନେକ ପ୍ରତିଯୋଗିତା ଆୟୋଜନ ପୂର୍ବକ ପିଲାମାନଙ୍କ ପାଇଁ ଚିତ୍ରାଙ୍କନ,ମହିଳା ମାନଙ୍କ ପାଇଁ ରଙ୍ଗୋଲି ପ୍ରୀତିଯୋଗିତା ଏନଟିପିସି କର୍ମଚାରୀଙ୍କ ପାଇଁ ଏକ ପଜଲ' କ୍ୱାଜ ପ୍ରତିଯୋଗିତା ମଧ୍ୟଅନୁଷ୍ଠିତ ହୋଇଥିଲା l
Recent Comments