logo
add image
୫୨୦ ନମ୍ୱର ଜାତୀୟ ରାଜପଥରେ ଧୂଳି ଧୂଆଁ ଯୋଗୁଁ ଲୋକେ ହନ୍ତସନ୍ତ 

୫୨୦ ନମ୍ୱର ଜାତୀୟ ରାଜପଥରେ ଧୂଳି ଧୂଆଁ ଯୋଗୁଁ ଲୋକେ ହନ୍ତସନ୍ତ 

ଯୋଡ଼ା/କେନ୍ଦୁଝର/୯/୧୧/୨୦୨୫(ଆଧାର ମିଡ଼ିଆ//ରିପୋର୍ଟ- ସଞ୍ଜୟ ସିହ୍ନା)କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ ଅଧିନସ୍ତ ଭଦ୍ରାସାହି ଠାରୁ ଗୁଆଲି ୫୨୦ ନମ୍ୱର ଜାତୀୟ ରାଜପଥ ର ମୁଖ୍ୟ ରାସ୍ତା ବିଶେଷ କରି ରୁଗୁଡ଼ି, ତୋପାଡ଼ି ଦେଇ କୌଣସି ବି ଭାରିଜାନ ଗଲେ ସେହି ଅଞ୍ଚଳରେ ଧୂଳିମୟ ହୋଇଥାଏ। ଉଡୁଥିବା ଧୂଳିକଣା ସେଠାକାର ଘର ମାନଙ୍କରେ ପ୍ରବେଶ କରିଥାଏ।ଉଡ଼ନ୍ତା ଧୂଳି ଯୋଗୁଁ ପଥଚାରୀମାନେ ଏହି ରାସ୍ତାରେ ନିଜ ଜୀବନ ବିପଦପୂର୍ଣ୍ଣ ହୋଇଥାଏ। ଜାତୀୟ ରାଜପଥ ୫୨୦ ର ଏହି ସ୍ଥାନଗୁଡ଼ିକରେ ଧୂଳିମୟ ଉଡ଼ିବା ସମସ୍ୟା ଏକ ନୂତନ ସମସ୍ୟା ନୁହେଁ। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ପ୍ରସିଦ୍ଧ କମ୍ପାନୀଗୁଡ଼ିକର ଲୁହାପଥର ଖଣି ଏବଂ ଲୌହ କାରଖାନା ଜାତୀୟ ରାଜପଥ ୫୨୦ କୁ ସଂଲଗ୍ନ ହୋଇଅଛି।ଏହି କମ୍ପାନୀଗୁଡ଼ିକର ମାଲବାହୀ ଭାରିଜାନ ର ଚକଗୁଡ଼ିକ ରାସ୍ତାରେ ମାଟି ଆଣେ ଏବଂ ଚକ ଦ୍ୱାରା ଚାପି ହେବା ପରେ,ଏହା ପାଉଡର ଆକାରରେ ରାସ୍ତାରେ ଜମା ହୋଇ ରହିଥାଏ। ଖଣି ଏବଂ ପ୍ଲାଣ୍ଟ ଗୁଡ଼ିକରୁ ପାଣି ସହିତ ଛାଡି ଯାଉଥିବା ଯାନବାହନର ଟାୟାରଗୁଡ଼ିକୁ ସଫା କରିବାକୁ ସରକାରଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ ଏହା କାଗଜପତ୍ରରେ ସୀମିତ ରହିଛି।ଶାସକ ଏବଂ ବିରୋଧୀ ଦଳର ସରକାରୀ ଅଧିକାରୀ ଏବଂ ରାଜନେତାମାନେ ଏହି ଧୂଳିପୂର୍ଣ୍ଣ ରାସ୍ତା ଦେଇ ଯିବା ଆସିବା କରନ୍ତି କିନ୍ତୁ ହୁଏତ କେହି ଏହି ସମସ୍ୟା ପ୍ରତି ଧ୍ୟାନ ଦେଇନାହାଁନ୍ତି। ଏବେ ଦେଖିବା ବାକି ରହିଲା ଯେ ଅଞ୍ଚଳର ଲୋକମାନେ ଉଡ଼ୁଥିବା ଧୂଳିରୁ ମୁକ୍ତି ପାଇବେ ନା ଆଗକୁ ମଧ୍ୟ ଦୁଃଖ ଭୋଗିବେ।
 

Recent Comments

Leave Comments

Top