ଦାରିଙ୍ଗବାଡି/୦୯/୧୧(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀ ଗାଁ- ବ୍ରହ୍ମପୁର ମୁଖ୍ୟରାସ୍ତା ଝିଞ୍ଜିରିଗୁଡ଼ା ନିକଟ ବାଡୁନ ଘାଟି ବୁଲାଣିରେ ଅପରାହ୍ନରେ ଏକ ଟ୍ରାକ୍ଟର ଭାରସାମ୍ୟ ହାରାଇ ଓଲଟି ପଡିବା ଫଳରେ ଚାଳକ ସହ ହେଲ୍ପର ଗୁରୁତର ହୋଇଛନ୍ତି । ସେମାନେ ହେଲେ ଡ୍ରାଇଭର କୁମ୍ଭାରୀ ଗାଁ ପଞ୍ଚାୟତ ଅନ୍ତର୍ଗତ ରାଜନ ଗଡ଼ ଗ୍ରାମର କର୍ନେଲିୟ ଶବର( ४४)ଓ ଅଡବା ଥାନା ଅନ୍ତର୍ଗତ ପଣସଡିହ ଗ୍ରାମର ସନ୍ତୋଷ ମଣ୍ଡଳ (୧୫)।ଦୁହେଁ ଟ୍ରାକ୍ଟର ଯୋଗେ ପାଣିଗଣ୍ଡାରୁ ନିଜ ଗ୍ରାମ ରାଜନଗଡ଼କୁ ଯାଉଥିବା ବେଳେ ଝିଞ୍ଜିରି ଗୁଡା ନିକଟ ବାଡ଼ୁନୁଘାଟି ବୁଲାଣିରେ ଭାରସାମ୍ଯ ହରାଇ ଟ୍ରାକ୍ଟର ଓଲଟି ପଡ଼ିଥିଲା।ଦୁହେଁ ଟ୍ରାକ୍ଟର ତଳେ ଚାପି ହୋଇ ରହିଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ପ୍ରଥମେ ବ୍ରାହ୍ମଣୀଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ଚାଳକ କର୍ଣ୍ଣେଲିୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲ ନେବାକୁ ଡାକ୍ତର ପରାମର୍ଶ ଦେଇଥିବା ବେଳେ ସନ୍ତୋଷଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିରଥିବା ଜଣାପଡ଼ିଛି। ବ୍ରାହ୍ମଣୀଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ ଜାରି ରଖୁଛି। ଜେସିପି ମାଧ୍ୟମ ରେ ରାସ୍ତା ଉପରୁ ଟ୍ରାକ୍ଟର ହଟାଯାଇଛି।ମୁଖ୍ୟ ରାସ୍ତା ମଝିରେ ଟ୍ରାକ୍ଟର ଓଲଟି ପଡ଼ିଥିବାରୁ ଯାନବାହନ ଚଳାଚଳ ଦୁଇଘଣ୍ଟା ଧରି ବାଧାପ୍ରାପ୍ତ ହୋଇଥିଲା।
Recent Comments