logo
add image
ଅଜଣା ଗାଡି ଧକ୍କାରେ ମା ପୁଅ ମୃତ୍ୟୁ

ଅଜଣା ଗାଡି ଧକ୍କାରେ ମା ପୁଅ ମୃତ୍ୟୁ

ରେଢ଼ାଖୋଲ/୦୯/୧୧/୨୦୨୫(ଆଧାର ମିଡ଼ିଆ)୯ ମାସର ଗର୍ଭବତୀ ଧର୍ମପତ୍ନୀ ଙ୍କୁ ଦେଖା କରି ନିଜ ମା ସହିତ ଘରକୁ ବାଇକ ରେ ଫେରିବା ସମୟରେ ଏକ ଅଜଣା ଗାଡି ଧକ୍କାରେ  ଚାଲିଗଲା ମା ପୁଅ ର ଜୀବନ, ଏଭଳି ଏକ ସ୍ପର୍ଶକାତରତା ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ରେଙ୍ଗାଲି ଗ୍ରାମ ପଞ୍ଚାୟତ ଅଧୀନ ପିପିଲିକାନୀ ଗ୍ରାମ ବାସିନ୍ଦା ୨୫ ବର୍ଷୀୟ ପୁଅ ମନୋଜ ମାଝୀ ଓ ୬୦ ବର୍ଷୀୟ ମା ମଞ୍ଜୁ ମାଝୀ ମିଶି ୯ ମାସର ଗର୍ଭବତୀ ସ୍ତ୍ରୀ କୁ ସାକ୍ଷାତ କରିବା ପାଇଁ ଶାଶୁ ଘର ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଝାରବେଡା ଗାଁ କୁ ବାଇକ ଯୋଗେ ଯାଇଥିଲେ।ଖୁସି ବାସିରେ ଫେରିବା ସମୟରେ ରେଢ଼ାଖୋଲ ସହରର ଡ଼ିମିରିକୁଦା ଗ୍ରାମ ନିକଟରେ ଏକ ଅଜଣା ଗାଡି ଦୃତଗତିରେ ଆସି ଧକ୍କା ଦେଇ ଫେରାର ହୋଇଯାଇଥିଲା।ଫଳରେ ଉଭୟ ଛିଟିକି ହୋଇ ପଡ଼ିଥିଲେ। ଏହା ଜାଣିବା ପରେ ସ୍ଥାନୀୟ ଲୋକେ ଖବର ରେଢ଼ାଖୋଲ ପୋଲିସ କୁ ଦେଇଥିଲେ।ଏଥିରେ ପୋଲିସ ଉଭୟଙ୍କୁ ଗୁରୁତର ଭାବେ ଉଦ୍ଧାର କରି ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟ କୁ ଆଣି ପ୍ରାଥମିକ ଚିକିତ୍ସା କରିଥିଲେ। ପରେ ଡାକ୍ତର ପ୍ରଥମେ ମା ମଞ୍ଜୁ ଙ୍କ ମୃତ୍ୟୁ ଘୋଷଣା କରିଥିଲେ। ପରେ ଚିକିତ୍ସାଧିନ ଅବସ୍ଥାରେ ପୁଅ ମନୋଜ କୁ ମୃତ୍ୟୁ ଘୋଷଣା କରିଥିଲେ। ଏହା ଜାଣିବା ପରେ ରେଢ଼ାଖୋଲ ମେଡିକାଲରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଅପରପକ୍ଷେ ପୋଲିସ ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Recent Comments

Leave Comments

Top