ବାଲିଗୁଡା/୧୦/୧୧/୨୦୨୫(ଆଧାର ମିଡ଼ିଆ//ରିପୋର୍ଟ-ସଞ୍ଜୟ କୁମାର ପାଣିଗ୍ରାହୀ)ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିକୁ ଶୀତ ଆସିଛି। ରାଜ୍ୟରେ ସବୁଠାରୁ ଶୀତଳ ବ୍ଲକ ଭାବେ ପରିଚିତ ଦାରିଙ୍ଗବାଡିରେ ପ୍ରତିବର୍ଷ ଜାନୁୟାରୀରେ ଶୀତ ମହୋତ୍ସବ ପାଳନ ହେଉଛି।ତେବେ ୨୦୧୫ରେ ପ୍ରଥମଥର ପାଇଁ ରାଜ୍ୟସ୍ତରୀୟ ଶୀତ ମହୋତ୍ସବ ପାଳିତ ହୋଇଥିଲା ତା’ପରଠାରୁ ଏହି ମହୋତ୍ସବ ରାଜ୍ୟ ସ୍ତରୀୟ ହେଉନଥିବା ବେଳେ ସ୍ଥାନୀୟ ଲୋକ ଓ ସ୍ଥାନୀୟ ପ୍ରଶାସନର ସହାୟତରେ ମହୋତ୍ସବ ପାଳନ କରାଯାଉଛି,ଯାହାକି ରାଜ୍ୟ ସ୍ତରୀୟ ଢାଞ୍ଚାରେ କରାଯାଉଛି।ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଆସନ୍ତା ୨୦୨୬ ଜାନୁୟାରୀରେ ଏହି ମହୋତ୍ସବ ପାଳନ କରାଯିବ,ଏଥିପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ଓ ଏହାକୁ ରାଜ୍ୟସ୍ତରୀୟ ଶୀତ ମହୋତ୍ସବ କରାଯିବାକୁ ଜିଲାପାଳଙ୍କୁ ଅବଗତ କରାଯିବାକୁ ନିଷ୍ପତି ନିଆଯାଇଥିଲା।ଏହି ଅବସରରେ ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣିବେଳେ ଦାରିଙ୍ଗବାଡି ଶୀତ ମହୋତ୍ସବ ପାଳନ କମିଟି ପକ୍ଷରୁ ଜିଲାପାଳଙ୍କୁ ଲିଖିତ ଦାବି କରାଯାଇଛି।ଏଥିରେ ଜିଲାପାଳ ବେଦ ଭୂଷଣ ଅଭିଯୋଗ ପତ୍ର ଗ୍ରହଣ କରି ସରକାରଙ୍କୁ ଜଣାଇବି ବୋଲି ପ୍ରତିଶୃତି ଦେଇଛନ୍ତି। ଦାରିଙ୍ଗବାଡି ବରିଷ୍ଠ ନାଗରିକ ମଞ୍ଚର ସଭାପତି ରମେଶ ଚନ୍ଦ୍ର ସାହୁ,ଆଇନଜୀଵୀ ହରେନ ସାହୁ,ଭାଜପା ମଣ୍ଡଳ ସଭାପତି ମିଟୁ ସାହୁ,ପୂର୍ବତନ ମଣ୍ଡଳ ସଭାପତି ସନ୍ତୋଷ କୁମାର ସାହୁ,ଭାଲୁ ସାହୁ ପ୍ରମୁଖ ଏହି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି।
Recent Comments