logo
add image
ମୋହନ ସରକାରଙ୍କ ଯୋଗୀ ମଡେଲ, ବଡ଼ବିଲ ରେ ଚାଲିଲା ବୁଲ ଡୋଜର । 

ମୋହନ ସରକାରଙ୍କ ଯୋଗୀ ମଡେଲ, ବଡ଼ବିଲ ରେ ଚାଲିଲା ବୁଲ ଡୋଜର । 

ବଲାଣି/ବଡ଼ବିଲ,୧୧/୧୧/୨୫(ଆଧାର ମିଡ଼ିଆ/ରିପୋର୍ଟ-ରାଜେନ୍ଦ୍ର ନନ୍ଦ) ଅପରାଧୀଙ୍କୁ ମୋହନ ସରକାରଙ୍କ ଛାଟ, ମୋହନ ସରକାରଙ୍କ ଚାଲିଲା ବୁଲ ଡୋଜର , ଏକାଧିକ ମାମଲାରେ ଜଡ଼ିତ ଥିବା ଅପରାଧୀ ଙ୍କ ଘରେ ବୁଲିଛି ବୁଲ ଡୋଜର। କେନ୍ଦୁଝର ଜିଲ୍ଲା ବଡ଼ବିଲ ର ବରକତ ନଗର ଓ ଭଞ୍ଜ କଲୋନୀ ଅଞ୍ଚଳରେ ସୋମବାର ଦିନ ସକାଳେ ଯୋଗୀ ସରକାର ଙ୍କ ୟୁପି ମଡେଲ ରେ ମୋହନ ସରକାରଙ୍କ ବୁଲ ଡୋଜର ବୁଲିଥିବା ଦେଖିବାକୁ ମିଳିଛି । ସରକାରୀ ଜମିରେ ଜବର ଦଖଲ ସହ ଅନେକ ଅପରାଧୀକ ମାମଲାରେ ଜଡିତ ଥିବା ଅପରାଧୀଙ୍କ ଘର ଆଜି ମାଟିରେ ମିଶାଇଛି ବଡ଼ବିଲ ପ୍ରଶାସନ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏକ ମାସ ପୂର୍ବରୁ ବଡ଼ବିଲ ପୌରପାଳିକା ପକ୍ଷରୁ ସରକାରୀ ଜମିରେ ଜବର ଦଖଲ କରି ରହୁଥିବା ଅପରାଧି ଓ ଏକାଧିକ ମାମଲାରେ ଜଡିତ ଥିବା ବ୍ୟକ୍ତିଙ୍କ ନାମରେ ନୋଟିସ ଜାରି କରିବା ସହିତ ଘର ଖାଲି କରିବା ପାଇଁ କୁହାଯାଇଥିଲା । ଗତକାଲି ସନ୍ଧ୍ୟା ସମୟରେ ବଡ଼ବିଲ ତହସିଲଦାର, ବଡ଼ବିଲ କାର୍ଯ୍ୟନିର୍ବାହୀ ଅଧିକାରୀ,ବଡ଼ବିଲ ଏସଡିପିଓ ଓ ବଡ଼ବିଲ ଥାନା ଅଧିକାରୀ ମିଳିତ ଭାବରେ ଘର ଖାଲି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜି ଭୋର ସକାଳ ସାତଟା ସମୟରେ ବଡ଼ବିଲ ପ୍ରଶାସନ ଆକ୍ସନ ମୋଡରେ ଆସି ୪ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ କରି ବରକତ ନଗରର ସାହଦାତ୍ ଖାନ୍ ଓ ଏମଡି ରାଜା ଓରଫ ନିହାଲ ଖାନ୍ ର ଘର ଏବଂ ଭଞ୍ଜ କଲୋନୀ ର ଆଲୋକ ରାମ ଓ ଅଭିମନ୍ୟୁ ପ୍ରଧାନ ର ଘର ମାଟିରେ ମିଶାଇଛନ୍ତି।ଏବେ ଅପରାଧିକ ମାମଲାରେ ଜଡିତ ରହି ସରକାରୀ ଜମି ଜବର ଦଖଲ କାରବାରକୁ ସବୁଦିନ ପାଇଁ ବନ୍ଦ କରିବାକୁ ପ୍ରୟାସ ଆରମ୍ଭ କରିଛି ପୋଲିସ।ଉକ୍ତ ଘଟଣାରେ ବଡ଼ବିଲ ତହସିଲଦାର ରାକେଶ ପଣ୍ଡାଙ୍କ ସମେତ ବଡ଼ବିଲ ଏସଡିପିଓ ଦେବେନ୍ଦ୍ର ପିଙ୍ଗୁଆ, ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକ,ବଲାଣି ଥାନା ଅଧିକାରୀ ଲୋବ ବୋଡ଼ା ,ଯୋଡ଼ା ଥାନା ଅଧିକାରୀ ପ୍ରଶାନ୍ତ କୁମାର୍ ସାମଲ, ରୁଗୁଡ଼ି ଥାନା ଅଧିକାରୀ ରବି ଶଙ୍କର ଭଇଁସା ଆଦି ଉପସ୍ଥିତ ରହିଥିଲେ l
 

Recent Comments

Leave Comments

Top