logo
add image
ପ୍ରେମିକାକୁ ଭୁଆଁ ବୁଲାଇ ପ୍ରେମିକର ବିଭାଘର,ଚତୃଥୀ ପୂର୍ବରୁ ପ୍ରେମିକା ଦୁଆରେ ଧାରଣା

ପ୍ରେମିକାକୁ ଭୁଆଁ ବୁଲାଇ ପ୍ରେମିକର ବିଭାଘର,ଚତୃଥୀ ପୂର୍ବରୁ ପ୍ରେମିକା ଦୁଆରେ ଧାରଣା

ପିପିଲି/୧୧/୧୧/୨୦୨୫(ଆଧାର ମିଡ଼ିଆ)ପ୍ରେମରେ ଯାତି ନିତି ନାହିଁ.ପ୍ରଥମେ କମ୍ପାନୀରେ ଭଲ ପାଇବା. ଭଲ ପାଇବା ପରେ ଶାରୀରିକ ସମ୍ପର୍କ ରଖିବା.ଶାରୀରିକ ସମ୍ପର୍କ ପରେ ବିଭାଘର ପ୍ରଲୋଭନ ଦେଖାଇ ଅର୍ଥ ଲୁଟି ନେବା ପରେ ଅଜଣାତରେ ବିଭାହ କରିବା ଘଟଣା ମହଙ୍ଗା ପଡି ଅଛି.ସେପଟେ ପ୍ରେମିକ ର ବାହାଘର ଧୁମ ଧାମରେ ହୋଇ ଭୋଜି ଭାତରେ ଦୁଲୁକି ଚତୃଥୀ ରାତି ପାଇଁ ସଜବାଜ ହେଉ ଥିବା ବେଳେ ପ୍ରେମିକା ତା ପୂର୍ବରୁ ପ୍ରେମିକ ଦୁଆରେ ହାଜର ହୋଇ ସବୁ ଗଡ଼ ବଡ଼ ହୋଇଛି.ଏଭଳି ଏକ ଜଘନ୍ୟ ଘଟଣା ଘଟିଛି ଅନ୍ୟ କେଉଁ ଅଞ୍ଚଳରେ ନୁହେଁ ଖୋଦ ପୁରୀ ଜିଲ୍ଲା ପିପିଲି ବ୍ଲକ ଯସୁଆପୁର ପଞ୍ଚାୟତ ତଥା ପିପିଲି ଥାନା ସାତଶଙ୍ଖ ଫାଣ୍ଡି ଅଞ୍ଚଳରେ.ଯାହାକି ଏହି ଘଟଣାକୁ ନେଇ ଅଞ୍ଚଳରେ ହୋଇଛି ଚର୍ଚ୍ଚା.ସୂଚନା ଅନୁଯାୟୀ ଫାଣ୍ଡି ଅଞ୍ଚଳ ଅର୍ଜୁନ ସିଂହପୁର ଗ୍ରାମର ସରୋଜ କୁମାର ଦାଶ ନାମକ ଯୁବକ ବଡ଼ବିଲ ଅଞ୍ଚଳର ଜଣେ ଯୁବତୀକୁ ଭଲପାଇ ଥିଲେ.ସେହି ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖି ବିଭାଘର ପ୍ରଲୋଭନ ଦେଖାଇ ତା ଠାରୁ ଅର୍ଥ ଆଣି ଘରଦ୍ୱାର ନିର୍ମାଣ କରି ଥିଲେ. ଯୁବତୀ ଜଣକୁ ଗ୍ରାମରେ ଯଂଜ୍ଞ ହେଉଛି କହି ଗ୍ରାମକୁ ଆସି ଥିଲେ. ଗ୍ରାମରେ ରହି ଯୁବତୀଙ୍କ ଅଜଣାତରେ ଅନ୍ୟ ଏକ ଯୁବତୀଙ୍କ ସହିତ ବାହାଘର ହୋଇଛି.ଏମିତି ଭୋଜି ଭାତ ମଧ୍ୟ ଶେଷ ହୋଇଛି.ଏହି ଖବର ଯୁବତୀ ତଥା ପ୍ରେମିକା ଜାଣି ପାରି ଉକ୍ତ ଗ୍ରାମ ପ୍ରେମିକ ଦୁଆର ପହଞ୍ଚି ଥିଲେ.ପ୍ରେମିକା ଆସିବା ଜାଣି ପ୍ରେମିକ ସରୋଜ ଚତୃଥୀ ରାତିରେ ଖସି ପଳାଇ ଯିବାର ସକ୍ଷମ ହୋଇଛି.ପ୍ରେମିକା ସୋମବାର ରାତି ସାରା ପ୍ରେମିକ ଦୁଆରେ ବସି ନ୍ୟାୟ ପାଇଁ ପିପିଲି ଥାନାରେ ଦ୍ୱାରସ୍ଥ ହୋଇ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି.
 

Recent Comments

Leave Comments

Top