ପୁରୀ/୧୨/୧୧/୨୦୨୫(ଆଧାର ମିଡ଼ିଆ)ପୁରୀ ଜିଲ୍ଲା ପିପିଲି ନିର୍ବାଚନ ମଣ୍ଡଳୀରେ ୧୨ ଗୋଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ.ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସମୟରେ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିବା ବେଳେ ପିପିଲି ବ୍ଲକର ରୂପଦେଇପୁର,ତେଇଶପୁର, ମଙ୍ଗଳପୁର,ପିପିଲି ଏନଏସି,ପୂବଶାସନ,ପାଣିଦୋଳ ଧାନମଣ୍ଡି ଗୋଦାମ ଗୃହ ଏବଂ ପିପିଲି ଏନଏସି ରେ ୩୦୦ ଲୋକଙ୍କ ପାଇଁ ବହୁମୁଖୀ ପ୍ରଖ୍ୟାଳୟ ଓ ଡେଲାଙ୍ଗ ବ୍ଲକରେ ହରିପୁର,ସିଂବ୍ରହ୍ମପୁର,ସୁଜନପୁର ଓ ଶ୍ରୀପୁରୁଷୋତ୍ତମପୁର ଠାରେ ଧାମଣ୍ଡି ଗୋଦାମ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ.ଚାଷୀ ଓ ସାଧାରଣ ଜନତାଙ୍କ ସୁବିଧା ଓ ଆବଶ୍ୟକତା କୁ ଉପଲବ୍ଧି କରି ବିଧାୟକ ଏହିସବୁ ବ୍ୟବସ୍ଥା କରିଥିବା କହିଛନ୍ତି.
Recent Comments