ବାଲିଗୁଡା/୧୪/୧୧/୨୦୨୫(ଆଧାର ମିଡ଼ିଆ//ରିପୋର୍ଟ-ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ବିଶିଷ୍ଟ ବ୍ୟବସାୟୀ ତଥା ପାଟଖଣ୍ଡା ପ୍ରତିଷ୍ଠାନର ପରିଚାଳକ ହିମାଂଶୁ ଶେଖର ଦାସ ଓରଫ ଟୁଟୁ ଦାସ(୫୭) ଅସୁସ୍ଥତା କାରଣରୁ କଟକ ସ୍ଥିତ ଏକ ମେଡିକାଲରେ ଚିକିତ୍ସିତ ହେଉଥିଲେ,ଗୁରୁବାର ଚିକିତ୍ସିତ ଅବସ୍ଥାରେ ହିଁ ଦେହାନ୍ତ ହୋଇଥିଲା।ଏହି ଖବର ଅଞ୍ଚଳରେ ପ୍ରଚାରିତ ହେବାପରେ ସବୁ ମହଲରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା।ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବଣିକ ସଂଘ ତରଫରୁ ସ୍ବର୍ଗତ ଦାସ ଙ୍କ ସମ୍ମାନର୍ଥେ ଶୁକ୍ରବାର ଦିନ ସମସ୍ତ ଦୋକାନ ବଜାର ବନ୍ଦ ରଖିଥିଲେ।ସମଗ୍ର ଦକ୍ଷିଣାଞ୍ଚଳର ବିଶିଷ୍ଟ ବ୍ୟବସାୟୀ ଭାବେ ବେଶ ପରିଚିତ ଥିବା ଖଲି ଦାସ ଏଣ୍ଡ ସନ୍ସ କୁ ପରିଚାଳନା କରୁଥିବା ସ୍ବର୍ଗତ ହାଢୁବନ୍ଧୁ ଦାସଙ୍କ ପଞ୍ଚମ ପୁତ୍ର ଭାବେ ସେ ବେଶ ଜଣାଶୁଣା ଥିଲେ।ସେ ଏକା ଧାରରେ ଜଣେ ବିଶିଷ୍ଟ ବ୍ୟବସାୟୀ ସହ ସ୍ଥାନୀୟ ପଞ୍ଚୁ ଦଣ୍ଡ ପରିଚାଳନା ସମିତିର ବରିଷ୍ଟ ସଦସ୍ୟ ତଥା ପୂର୍ବତନ ଉପ ସଭାପତି ଓ ଉପଖଣ୍ଡ କ୍ରୀଡା ସଂଘ ର ବରିଷ୍ଠ ସଦସ୍ୟ ଓ ବାଲିଗୁଡା ଅଞ୍ଚଳର ଜଣେ ସୁନାମ ଧନ୍ୟ ବ୍ୟାଡମିଣ୍ଟନ କ୍ରୀଡାବିତ୍ ଭାବେ ବେଶ ଖ୍ୟାତି ଅର୍ଜନ କରିବା ସହ ସମାଜସେବୀ ଓ ଧର୍ମ ପରାୟଣ ବ୍ୟକ୍ତି ଥିଲେ।ତାଙ୍କ ବିୟୋଗ ଖବର ଶୁଣି ଘରର ପରିବାର ସମେତ ସମସ୍ତ ବନ୍ଧୁ ବାନ୍ଧବ ତଥା ଆତ୍ମୀୟ ସ୍ୱଜନ ସମେତ ବିଭିନ୍ନ ଅନୁଷ୍ଠାନର ସଦସ୍ୟ,କର୍ମକର୍ତ୍ତା ତଥା ବହୁ ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ରହି ଶେଷ ଦର୍ଶନ କରିବା ସହ ତାଙ୍କର ଅମର ଆତ୍ମା ର ସଦଗତି ପ୍ରାପ୍ତି ସହ ଶୋକ ସନ୍ତପ୍ତ ପରିବାର ବର୍ଗ କୁ ଭଗବାନ ଧର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି ଶୋକ ବ୍ୟକ୍ତ କରିଥିଲେ।ତାଙ୍କ ପାର୍ଥିବ ଶରୀରକୁ ନିଜ ବାଲିଗୁଡା ବାସଭବନ ଙ୍କୁ ଅଣାଯିବା ପରେ ନିକଟସ୍ଥ ସ୍ମଶାନ ଘାଟ ରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।
Recent Comments