logo
add image
ବଲାଣି ରେ ବିର୍ସା ମୁଣ୍ଡା ଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳିତ

ବଲାଣି ରେ ବିର୍ସା ମୁଣ୍ଡା ଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳିତ

ବଲାଣି/ବଡବିଲ ୧୫/୧୧/୨୫(ଆଧାର ମିଡ଼ିଆ/ରିପୋର୍ଟ-ରାଜେନ୍ଦ୍ର ନନ୍ଦ) କେନ୍ଦୁଝର ଜିଲ୍ଲା ସୀମାନ୍ତ ଖଣି ଅଞ୍ଚଳ ବଲାଣି ରେ ଭଗବାନ ବିର୍ସା ମୁଣ୍ଡା ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଶନିବାର ଦିନ ପାଳିତ ହୋଇଯାଇଛି।ଏହି ଜନ୍ମ ଜୟନ୍ତୀ କୁ ସାରା ଦେଶ ରେ ଆଦିବାସୀ ଭାଇ ଭଉଣୀ ଙ୍କ ସହ ଅନ୍ୟାନ୍ୟ ସମ୍ପ୍ରଦାୟ ର ଲୋକେ ମହା ଆଡମ୍ବର ସହକାରେ ପାଳିତ କରିଥିବା ବେଳେ ବଲାଣି ରେ ମଧ୍ୟ ପାଳିତ କରାଯାଇଛି।ଏହି କର୍ଯ୍ୟକର୍ମରେ ମୁଖ୍ୟ ଅତିଥି ଭାବରେ ସେଲ ଲୌହ ଖଣି ର ମହାପ୍ରବନ୍ଧକ ମଲ୍ଲା ଶ୍ରୀନିବାସୁ ଯୋଗ ଦେଇଥିଲେ।ଏହି ଅବସରରେ ସର୍ବ ପ୍ରଥମେ ବିବେକାନନ୍ଦ ଛକ ନିକଟରେ ଆଦିବାସୀ ଧାର୍ମିକ ପରମ୍ପରା ଅନୁସାରେ ଶ୍ରୀ ମଲ୍ଲା ଙ୍କୁ ସମ୍ବର୍ଦ୍ଧିତ କରାଯାଇ ଆଦିବାସୀ ଲୋକ ନୃତ୍ୟ କରି ଗୁରୁଦ୍ୱାର ନିକଟରେ ଥିବା ମହାନ ସ୍ଵାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡା ଛକ ନିକଟରେ ଅଣାଯାଇଥିଲା।ସେଠାରେ ଥିବା ଭଗବାନ ବିର୍ସା ମୁଣ୍ଡା ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରି ବିର୍ସା ମୁଣ୍ଡା କ୍ଳବ୍ ରେ ଅନ୍ୟ ଏକ ବିର୍ସା ମୁଣ୍ଡା ଙ୍କ ପ୍ରତିମୂର୍ତ୍ତି କୁ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ,ଏଥି ସହ ବିର୍ସା କ୍ଲବ୍ ର ସଦସ୍ୟମାନେ ବୃଦ୍ଧ ବୃଦ୍ଧା ଙ୍କୁ କମ୍ବଳ ବଣ୍ଟନ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟଜନ କରିଥିବା ଦେଖିବାକୁ ମିଳିଥିଲା।ଏହି କାର୍ଯ୍ୟକ୍ରମରେ ସେଲ ଲୌହ ଖଣି ର ଜେନେରାଲ ମ୍ୟାନେଜର ବିଜୟ କେବିନ୍ ଘୋଷ,ସେଲ୍ ଲୌହ ଖଣି ର ଏଜିଏମ ଏ ଲାକ୍ରା,ଲୌହ ଖଣି ର ଏସ ପି ଲୁଗୁନ, ସିଭିଲ ବିଭାଗ ର ଏଜିଏମ ସଞ୍ଜୀବ କୁମାର, ମେଡ଼ିକାଲ ର ଡିଜିଏମ ଟି ସୋରେନ୍ ଓ ବିଭିନ୍ନ ଶ୍ରମିକ ସଂଗଠନ ର କର୍ମକର୍ତ୍ତା ଗଣ,ତଥା ବିର୍ସା କ୍ଲବ୍ ର କର୍ମ କର୍ତ୍ତା ଗଣ ମାନ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ଏଥି ସହ ନିକଟରେ ଥିବା ଶିଶୁ ବିଦ୍ୟାମନ୍ଦିର ର ଛଟ ଛଟ ପିଲା ମାନକୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିର୍ସା ମୁଣ୍ଡା ଙ୍କ ପ୍ରତିମୂର୍ତ୍ତି ନିକଟକୁ ଆଣି ତାଙ୍କ ଜୀବନୀ ଉପରେ କିଛି ପିଲା ମାନକୁ ଆଲୋକପାତ କରାଇଥିଲେ। ଶେଷରେ ବିର୍ସା କ୍ଲବ ର ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିବା ସମସ୍ତ ଅତିଥିଗଣଙ୍କୁ ଧନ୍ୟବାଦ ଜଣାଇ ଥିଲେ।

Recent Comments

Leave Comments

Top