logo
add image
ବୌଦ୍ଧ ଜିଲ୍ଲା ପୋଲିସ୍ ପକ୍ଷରୁ ସାଇବର ସୁରକ୍ଷା ସଚେତନତା ଶୋଭାଯାତ୍ରା

ବୌଦ୍ଧ ଜିଲ୍ଲା ପୋଲିସ୍ ପକ୍ଷରୁ ସାଇବର ସୁରକ୍ଷା ସଚେତନତା ଶୋଭାଯାତ୍ରା

ବୌଦ୍ଧ/୧୬/୧୨/୨୦୨୫(ଆଧାର ମିଡ଼ିଆ//ରିପୋର୍ଟ-ଧବଳେଶ୍ଵର ମୋହାପତ୍ର)ବୌଦ୍ଧ ଜିଲ୍ଲା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଦିର୍ଘ ୧୫ଦିନ ଧରି ଚାଲିଥିବା ବେଳେ ଆଜି  ଅନ୍ତିମ ଦିବସରେ ଏକ ଶୋଭାଯାତ୍ରା ଜିଲ୍ଲା ପୋଲିସ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ଏହି ଶୋଭାଯାତ୍ରାକୁ ଅତିରିକ୍ତ ଏସପି ଶୁଭାରମ୍ଭ କରିଥିଲେ।ରବିବାର ସକାଳ ୮ ଘଟିକା ସମୟରେ ବୌଦ୍ଧ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ନିକଟରୁ ସାଇବର ସୁରକ୍ଷା ସଚେତନତା ଶୋଭାଯାତ୍ରା କୁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସାର୍ଥକ ରାୟ,ଉପଖଣ୍ଡ ପୋଲିସ ଅଧିକାରୀ ଲରେନ୍ସ ରାଉତରାୟ, ଉପ ଆରକ୍ଷୀ ଅଧୀକ୍ଷକ ଆନନ୍ଦ ଡ଼ୁଙ୍ଗଡୁଙ୍ଗ,ସାଇବର ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ,ବୌଦ୍ଧ ଆଇଆଇସି ନଳିନୀ କାନ୍ତ ଦାସ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ସବୁଜ ପତାକା ଦେଖାଇ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ।ଶୋଭାଯାତ୍ରା ଉପ ଖଣ୍ଡ ପୋଲିସ୍ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରୁ ବାହାରି ବାଘ ଗୁଡ଼ା ଛକ।ଏସପିଙ୍କ ବାସ ଭବନ ଛକ ଦେଇ ମର୍ଜାକୁଦ୍ ବ୍ରିଜ ଛକ ନିକଟ ପର୍ଯ୍ୟନ୍ତ ଯାଇଥିଲା।ଉକ୍ତ ଶୋଭାଯାତ୍ରାରେ ବିଭିନ୍ନ ବିଦ୍ୟାଳୟ ଓ ମହା ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସାମିଲ ହୋଇ ସାଇବର ସୁରକ୍ଷା ସମ୍ପର୍କିତ ସ୍ଲୋଗାନ ଥିବା ପ୍ଲାଏ କାର୍ଡ ଧରି ସହର ପରିକ୍ରମା କରିଥିଲେ।
 

Recent Comments

Leave Comments

Top