logo
add image
ଜୁନାଗାଁ ବିଦ୍ୟାଳୟ ରେ ଶିକ୍ଷକ ଅଭାବ,ଉତ୍ତେଜିତ ହେଲେ ଅଭିଭାବକ: ପରିଦର୍ଶନ ରେ ଆସିଥିବା ସିଆରସିସି ଙ୍କୁ ୪ ଘଣ୍ଟା ଅଟକ  

ଜୁନାଗାଁ ବିଦ୍ୟାଳୟ ରେ ଶିକ୍ଷକ ଅଭାବ,ଉତ୍ତେଜିତ ହେଲେ ଅଭିଭାବକ: ପରିଦର୍ଶନ ରେ ଆସିଥିବା ସିଆରସିସି ଙ୍କୁ ୪ ଘଣ୍ଟା ଅଟକ  

ବାଲିଗୁଡ଼ା,୧୫/୧୧/୨୦୨୫ (ଆଧାର ମିଡ଼ିଆ//ରିପୋର୍ଟ-ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଅଧୀନରେ ରହିଥିବା ଜୁନାଗାଁ ସରକାରୀ ଉ.ପ୍ରା.ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ସମସ୍ୟା ସମାଧାନ ନ ହେବାରୁ ଶନିବାର ଅଭିଭାବକ ମଧ୍ୟରେ ଦେଖା ଦେଇଛି ଉତ୍ତେଜନା।ବିଦ୍ୟାଳୟ ପରିଦର୍ଶନରେ ଆସିଥିବା ସିଆରସିସି ପ୍ରଫୁଲ୍ଲ କୁମାର ସାହୁ ଙ୍କୁ ଅଭିଭାବକ ମାନେ ୪ ଘଣ୍ଟା ଘେରାଉ କରି ଅଟକ ରଖିଥିଲେ।ବ୍ଲକ ଶିକ୍ଷାଧିକାରୀ ମହେଶ୍ୱର ମାଝୀ ସୋମବାର ଦିନ ଜଣେ ଶିକ୍ଷକ ଙ୍କୁ ପଠାଇବା ପାଇଁ ପ୍ରତିଶୃତି ଦେବାପରେ ଅଭିଭାବକ ମାନେ ଶାନ୍ତ ପଡ଼ିଥିଲେ।ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜୁନାଗାଁ ବିଦ୍ୟାଳୟରେ।ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୮ ଟି ଶ୍ରେଣୀରେ ୯୦ ଜଣ ଛାତ୍ର ଛାତ୍ରୀ ପାଠ ପଢୁଥିବା ବେଳେ ମାତ୍ର ୩ଜଣ ଶିକ୍ଷକ ରହିଛନ୍ତି।ସେଥି ମଧ୍ୟରୁ ପ୍ରଧାନ ଶିକ୍ଷକ ମାର୍କ ଦିଗାଲ ଅଫିସ କାର୍ଯ୍ୟରୁ ଫୁରସତ୍ ନଥିବାରୁ ପିଲାଙ୍କୁ ପାଠ ପଢ଼ାଇ ପାରୁନଥିବା କହିଛନ୍ତି।ସହକାରୀ ଶିକ୍ଷକ ପ୍ରଦୀପ୍ତ ବିଶ୍ଵାଳ ଆଉ ତିନି ମାସ ପରେ ଅବସର ନେବା ବୟସ ଥିବାରୁ ସେ ଛୁଟିରେ ଚାଲିଯାଇଛନ୍ତି।କେବଳ ସନାତନ ଅମାୟତ ଜଣେ ଶିକ୍ଷକ ୮ମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢ଼ାଉଛନ୍ତି।ସେଥି ମଧ୍ୟରୁ ଯାହାକୁ ନେଇ ବିଦ୍ୟାଳୟରେ ଠିକ ଭାବେ ପାଠ ପଢାଯାଉ ନାହିଁ। ପିଲା ମାନେ ୫ମ ଶ୍ରେଣୀ ପାଠ ପଢୁଥିବା ବେଳେ ସେମାନଙ୍କୁ ଠିକ ସେ ଲେଖି ପଢ଼ି ଆସୁନଥିବା ଅଭିଭାବକ ମାନେ ଅଭିଯୋଗ କରି ଆସୁଛନ୍ତି ।କିଛି ଦିନ ପୂର୍ବେ ଶିକ୍ଷକ ଅଭାବ ନେଇ ଅଭିଭାବକ ମାନେ ଜିଲ୍ଲାପାଳ ଙ୍କ ଅଭିଯୋଗ ପ୍ରକୋଷ୍ଠ କୁ ଯାଇ ଅଭିଯୋଗ କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଶିକ୍ଷକ ଅଭାବ ଦୂର ହୋଇ ନାହିଁ ଯାହା ଫଳରେ ଅଭିଭାବକ ମାନେ ଆଜି ଚରମ ନିଷ୍ପତି ନେଇଥିଲେ। ସୂଚନା ଅନୁଯାୟୀ ପୂର୍ବ ରୁ ଏଠାରେ ନିଯୁକ୍ତି ପାଇଥିବା ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ମଲ୍ଲିକ ଓ ପୁସ୍ପିତା ଦାସ କୁ ଗଞ୍ଜୁପଡ଼ି ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବାଲିଗୁଡ଼ା କୁ ଡେପୁଟେସନ ରେ ଯାଇଥିବା ବେଳ ପ୍ରଶାନ୍ତ ବେହେରା ବାଟାଗୁଡା ପଞ୍ଚାୟତର ସିଆରସିସି ଭାବେ କାର୍ଯ୍ୟ କରୁଛନ୍ତି ଯାହା ଫଳରେ ଏଭଳି ଶିକ୍ଷକ ସମସ୍ୟା ଦେଇଛି।
 

Recent Comments

Leave Comments

Top