ସୁବର୍ଣ୍ଣପୁର/୧୪/୧୧/୨୦୨୫(ଆଧାର ମିଡ଼ିଆ)ରାଜ୍ୟ ଆଇନ ସେବା ପ୍ରାଧିକରଣ,କଟକ ଙ୍କ ନିର୍ଦେଶ କ୍ରମେ ଏବଂ ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁର ର ଅଧକ୍ଷ ତଥା ଜିଲ୍ଲା ଜଜ ଶ୍ରୀ ଧନୁର୍ଦ୍ଧର ସେନାପତି ଙ୍କ ତତ୍ୱାବଧାନ କ୍ରମେ ଆଜି ତା୧୪.୧୧.୨୦୨୫ ରିଖ ଦିନ ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ, ସୁବର୍ଣ୍ଣପୁର ତରଫରୁ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଶିଶୁ ଦିବସ ପାଳିତ ହୋଇଯାଇଛି।ଏହି ଶିବିରରେ ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ,ସୁବର୍ଣ୍ଣପୁର ର ସଚିବ ଶ୍ରୀ ଦେବାଶିଷ ଦାସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଶିଶୁ ମାନଙ୍କ ଥିବା ବିଭିନ୍ନ ଆଇନ ଉପରେ ସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରିଥିଲେ।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର କୁମାର ମାଝି,ସଦର ଉପଖଣ୍ଡ ସ୍ତରୀୟ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପ୍ରଜ୍ଞା ପାରମିତା ଦାସ ପ୍ରମୁଖ ଯୋଗ ଦେଇ ଶିଶୁ ଦିବସ ଉପରେ ସେମାନଙ୍କର ବକ୍ତବ୍ୟ ରଖିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ,ପାରା ଲିଗାଲ ସ୍ବେଛାସେବୀ ଏବଂ ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ, ସୁବର୍ଣ୍ଣପୁର ର ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ।ଏହି ଶିବିର ରେ ତୁରନ୍ତ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ (କୁଇଜ୍ ପ୍ରତିଯୋଗିତା) କରାଯାଇ କୃତି ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା I
Recent Comments