ଵିଷମକଟକ/୧୯/୧୧/୨୦୨୫(ଆଧାର ମିଡ଼ିଆ//ରିପୋର୍ଟ-କାଷିନାଥ ପାଳ)ରାଜ୍ୟରେ ସମବାୟ ବିଭାଗ ଦ୍ଵାରା ଗତ ନଭେମ୍ବର ୪ ତାରିଖରେ ସୋସିଆଲ ମିଡ଼ିଆ ସେବା ତଥା କର୍ମଚାରୀ ଯୋଗାଣ ଟେଣ୍ଡରରେ ବ୍ୟାପକ ଅନିୟମିତତା ହୋଇଛି ବୋଲି ରାୟଗଡା ଜିଲ୍ଲା ମୁନିଗୁଡା ସମେତ ଵହୁ ଅଭିଯୋଗ ହୋଇଛି।ସୂଚନା ଅନୁଯାୟୀ ଗତ ମଙ୍ଗଳବାର ତା ୦୪.୧୧.୨୦୨୫ ରେ ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ଦ୍ଵାରା ସୋସିଆଲ ମିଡ଼ିଆ ସେବା ଦେବା ପାଇଁ ଯେଉଁ ଟେଣ୍ଡର ପ୍ରକାଶ ପାଇଥିଲା।ଯେଉଁଥିରେ ବ୍ୟାପକ ଅନିୟମିତତା ହୋଇଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି।ପ୍ରକାଶ ଥାଉକି ଟେ ଯେଉଁସବୁ ମାନଦଣ୍ଡ ଘୋଷଣା କରାଯାଇଛି ସେଥିରେ ଅନେକ କମ୍ପାନୀର ଯୋଗ୍ୟତା ଥିଲେ ମଧ୍ୟ ସେମାନେ ଅଂଶଗ୍ରହଣ କରିପାରୁନାହାନ୍ତି ଏବଂ ସେବା ଦେବାରୁ ବଞ୍ଚିତ ହେଉଛନ୍ତି।ବିଭାଗର ଅତିରିକ୍ତ ଶାସନ ସଚିବଙ୍କ ଉପରେ ଅଭିଯୋଗ ଆସିଛି କି କୌଣସି ଏକ ନିର୍ଦ୍ଧିଷ୍ଟ କମ୍ପାନୀକୁ ସେବା ଦେବା ପାଇଁ ସେ ଏଭଳି ଏକ ଭିତ୍ତିହୀନ ଟେଣ୍ଡର ପ୍ରକାଶ କରିଛନ୍ତି।ଅଭିଜ୍ଞତା ଥିବା କମ୍ପାନୀ ଏଥିରେ ଅଂଶ ଗ୍ରହଣ କରିପାରିବେନି ବୋଲି ଜାଣିଶୁଣି ଏପରି କରାଯାଇଛି ଯାହା ଭବିଷ୍ୟତରେ ବିଭାଗକୁ ଗୁଣବତ୍ତା ସେବା ଯୋଗାଇଦେବା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଟେଣ୍ଡରରେ ପ୍ରକାଶିତ ସେବାର କୌଣସି ଆନୁମାନିକ ମୂଲ୍ୟ ମଧ୍ୟ ଘୋଷଣା କରାଯାଇନାହିଁ ଏବଂ ଆବେଦନ କରିବାକୁ ଥିବା କମ୍ପାନୀ ମାନଙ୍କର ଆର୍ଥିକ କାରାବାରର ମୂଲ୍ୟ ମଧ୍ୟ କମ୍ ରଖାଯାଇଥିବାରୁ ଯେ କୌଣସି ଅନଭିଜ୍ଞ କମ୍ପାନୀ ଆବେଦନ କରିପାରିବାର ନଜିର ରହିଛି।ଯାହାକି ସେବାର ଗୁଣବତ୍ତା ଉପରେ ଏକ ଅସୁରକ୍ଷିତ ଏବଂ ବିପଦପୂର୍ଣ୍ଣ ପରିସ୍ଥିତି ଭବିଷ୍ୟତରେ ସୃଷ୍ଟିକରିବାର ସମ୍ଭାବନା ରହିଛି।ଅତିରିକ୍ତ ଶାସନ ସଚିବଙ୍କର ଏପରି ମାନମାନୀ ନୀତି ଯୋଗୁଁ ଭବିଷ୍ୟତରେ ଏହା ବିଭାଗ ପାଇଁ ଏକ ଜଟିଳ ସମସ୍ୟା କରିବ।ଟେଣ୍ଡରରେ ସ୍ୱଚ୍ଛତା,ସମାନ ପ୍ରତିଯୋଗିତା ନିରପେକ୍ଷ ଅଂଶଗ୍ରହଣ ଓ ସାର୍ବଜନୀନ ପାଣ୍ଠିର ସଦୁପଯୋଗ ହେଉନାହିଁ ବୋଲି ଅଭିଯୋଗ ଆସିଛି।ଅତିରିକ୍ତ ଶାସନ ସଚିବଙ୍କର ଏପରି ଏକତରଫା କମ୍ପାନୀ ପ୍ରେମ ଯୋଗୁଁ ଓଡ଼ିଶାରେ ଅନେକ ଅଭିଜ୍ଞତା ଥିବା କମ୍ପାନୀ ମାନେ ସରକାରଙ୍କୁ ସେବା ଦେବାରୁ ବଞ୍ଚିତ ହେଉଛନ୍ତି।ଟେଣ୍ଡରଟିକୁ ବନ୍ଦ କରାଯାଇ ସମସ୍ତ ଉପଯୁକ୍ତ ମାନଦଣ୍ଡକୁ ଆଉଥରେ ବିଚାରକୁ ନେଇ ଆଉଥରେ ଟେଣ୍ଡର ବାହାର କରିବାକୁ ବିଭିନ୍ନ କମ୍ପାନୀ ଦାବି କରିଛନ୍ତି,ନହେଲେ ଆଇନର ସହାୟତା ନିଆଯିବ ବୋଲି କହିଛନ୍ତି।
Recent Comments