logo
add image
ପାଶବିକ ଅତ୍ୟାଚାର ମାମଲାରେ ଜେଲରୁ ଆସିବା ପରେ ଗାଁ ରେ ଆତଙ୍କ,ଥାନାରେ ମାମଲା

ପାଶବିକ ଅତ୍ୟାଚାର ମାମଲାରେ ଜେଲରୁ ଆସିବା ପରେ ଗାଁ ରେ ଆତଙ୍କ,ଥାନାରେ ମାମଲା

ପିପିଲି/୨୧/୧୧/୨୦୨୫(ଆଧାର ମିଡ଼ିଆ)ପିପିଲି ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କ ସହିତ ପାସବିକ ଅତ୍ୟାଚାର ହୋଇଥିବା ଘଟଣାରେ ଜଣେ ଯୁବକ ଜେଲ ଯିବାକୁ ପଡିଥିଲା.ଯୁବକ ଜଣକ ଜେଲରୁ ଆସିବାପରେ ଗାଁ ରେ ପୁନର ବାର ଆତଙ୍କ ଖେଳାଇ ବିଭିନ୍ନ ପ୍ରକାର ଧମକ ଯୁବତୀଙ୍କୁ ଓ ତାଙ୍କ ପରିବାରକୁ ଦେଉଥିବା ନେଇ ପିପିଲି ଥାନାରେ ଲିଖିତ ଅଭିଯୋଗ ହୋଇଛି.ପିପିଲି ପୋଲିସ ଅଭିଯୋଗ ପାଇ ପିପିଲି ଥାନା କେଶ ନଂ ୭୧୪/୨୫ ମାମଲା ଆଗତ ହୋଇଛି.ସୂଚନା ଅନୁଯାୟୀ ଯୁବତୀ ଜଣକୁ ଅଭିଯୁକ୍ତ ପାଶବିକ ଅତ୍ୟାଚାର କରିବା ନେଇ ପିପିଲି ଥାନାରେ ଅଭିଯୋଗ ହୋଇଥିଲା.ସେହି ଅଭିଯୋଗ ଉପରେ ପୋଲିସ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରାଯାଇ ଥିବାବେଳେ ଅଭିଯୁକ୍ତ ଜଣକ ଯାମିନୀରେ ଆସିବା ପରେ ମାମଲା ପ୍ରତ୍ୟାହାର ପାଇଁ ଧମକ ଦେଉଥିବା ଅଭିଯୋଗ ହୋଇଛି.
 

Recent Comments

Leave Comments

Top