ଢେଙ୍କାନାଳ/୧୯/୧୧/୨୦୨୫(ଆଧାର ମିଡ଼ିଆ)ଓଡାପଡା ଗ୍ରାମପଞ୍ଚାୟତ ଠାରେ ବିଶ୍ଵ ଯୁବ କେନ୍ଦ୍ର,ବଣିନାଳି ଦ୍ୱାରା ପରିଚାଳିତ ଆକ୍ସେସ ଟୁ ଜଷ୍ଟିସ ପ୍ରକଳ୍ପ ତରଫରୁ ସରକାରୀ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସଚେତନତା ଓ ସମ୍ପର୍କ ବୈଠକ ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯକ୍ରମରେ ଅତିଥି ଭାବେ ଜିପିଡିଓ ପ୍ରିୟବତ ପଟ୍ଟନାୟକ,ଶିଶୁ ବିକାଶ ସୁପରଭାଇଜର ସୁମିତା ବ୍ରହ୍ମ, ଏଡିଇଓ ଲକ୍ଷ୍ମୀପ୍ରିୟା ପାଲ,ପିଇଓ ଶଶୀରେଖା ସିଂହ,ବିଶ୍ୱ ଯୁବ କେନ୍ଦ୍ରର ନିର୍ଦେଶକ ମନୋଜ୍ କୁମାର୍ ମହାପାତ୍ର ଉପସ୍ଥିତ ଥିଲେ ମନସ୍ମିତା ନାୟକ ଅତିଥିମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ସହିତ କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ବିବରଣୀ ଓ ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ |ଜିପିଡିଓ ପ୍ରିୟବତ ପଟ୍ଟନାୟକ ରାଜ୍ୟସରକାରଙ୍କ ଦ୍ଵାରା ପରିଚାଳିତ ପ୍ରଧାନମନ୍ତ୍ରୀ ଆବାଶ ଯୋଜନା,ପରିବାର ମଙ୍ଗଳ ଯୋଜନା,ଭତ୍ତା,ମହାତ୍ମା ଗାନ୍ଧୀ ନରେଗା ଯୋଜନା,ଅନ୍ତୋଦୟ ଯୋଜନା,ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକମାନଙ୍କ ପାଇଁ ଥିବା ବିଭିନ୍ନ ଯୋଜନା,ବିଷୟରେ ଅବଗତ କରାଇଥିଲେ ସୁପରଭାଇଜର ସୁମିତା ବ୍ରହ୍ମ ଶିଶୁ ମାନଙ୍କୁ ଦିଆଯାଉଥିବା ପୁଷ୍ଟି କର ଖାଦ୍ୟ,ମମତା ସ୍କିମ,ବିଷୟରେ ଅବଗତ କରାଇଥିଲେ lପିଇଓ ଶଶୀରେଖା ସିଂହ,ଆଶ ସ୍କୁଲ୍ ଯିବା କାର୍ଯ୍ୟକ୍ରମ,ସ୍ୱୟଂସହାୟକ ଗୋଷ୍ଠୀ ମାନଂକୁ ଦିଆଯାଉଥିବା ଋଣ ବ୍ୟବସ୍ଥା,ଶିଶୁ ମାନଙ୍କ ପାଇଁ ଥିବା ଅର୍ଥ ରାଶି(ସ୍କଲାରସିପ)ବିଷୟରେ ଅବଗତ କରାଇଥିଲେ,ପିଲାଙ୍କୁ ଦିଆଯାଉଥିବା ବାଧ୍ୟତାମୂଳକ ଶିକ୍ଷା ବିଷୟରେ ଜଣାଇଥିଲେ।ବିଶ୍ଵଯୁବ କେନ୍ଦ୍ରର ପ୍ରୋଜେକ୍ଟ କାଉନସିଲର ଧନ୍ୟବାଦ ଦେଇଥିଲେ ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ବିଦୁଲତା ଭଞ୍ଜ ଓ କୁମୁଦିନୀ ସ୍ୱାଇଁ l
Recent Comments