ସୁବର୍ଣ୍ଣପୁର/୧୯/୧୧/୨୦୨୫(ଆଧାର ମିଡ଼ିଆ)ଆଜି ସୁବର୍ଣ୍ଣପୁରର ଇଷ୍ଟଦେବୀ ମା ସୁରେଶ୍ଵରୀ ଙ୍କ ମନ୍ଦିର ପ୍ରାଙ୍ଗଣରେ ଓଡ଼ିଶା ସରକାର ଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ୧୦ ହଜାର ବର୍ଗ ଫୁଟର ଏକ ଭବ୍ୟ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି lସୋନପୁର ମାଟିର ସନ୍ତାନ ତଥା ମା ଙ୍କ ଜଣେ ପରମ ଭକ୍ତ ଙ୍କ ତତ୍ୱାବଧାନରେ ଅନୁଷ୍ଟିତ ଏହି କାର୍ଯ୍ଯକ୍ରମରେ ପର୍ଯ୍ୟଟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ,ସହକାରୀ କାର୍ଯ୍ଯ ନିର୍ବାହୀ,କନିଷ୍ଠ ଯନ୍ତ୍ରୀ,ଏସଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ,ଉପ ଜିଲ୍ଲାପାଳ ସୌମ୍ୟା ରୂପା ରଥ,ତହସିଲଦାର,ଅତିରିକ୍ତ ତହସିଲଦାର,ଆର ଆଇ,ରାଜସ୍ବ ସୁପର ଭାଇଜର,ଦେବୋତ୍ତର ବିଭାଗ କମିଟି ସଦସ୍ୟ ବୈକୁଣ୍ଠ ଶତପଥୀ, ସତ୍ୟ ନାରାୟଣ ତ୍ରୀପାଠୀ ପ୍ରମୁଖ ବହୁ ସଦସ୍ୟ ଓ ସହର ର ବୁଦ୍ଧିଜୀବି,ମିଡ଼ିଆ ଉପସ୍ଥିତ ଥିଲେ l
Recent Comments