logo
add image
କଣିହାଁ ରେ ସାଂସଦ ଖେଳ ମହୋତ୍ସବ ଉଦଘାଟିତ 

କଣିହାଁ ରେ ସାଂସଦ ଖେଳ ମହୋତ୍ସବ ଉଦଘାଟିତ 

କଣିହାଁ,୨୧/୧୧/୨୦୨୫(ଆଧାର ମିଡ଼ିଆ//ରିପୋର୍ଟ ଟୁନା ସାହୁ)ଅନୁଗୋଳ ଜିଲ୍ଲା କଣିହାଁ କଲେଜ ଖେଳ ପଡ଼ିଆ ଠାରେ  ସାଂସଦ ଖେଳ ମହୋତ୍ସବ ୨୦୨୫ ଉଦଘାଟିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ପାଳଲହଡ଼ା ବିଧାୟକ ଆଶୋକ ମହାନ୍ତି,ସମ୍ମାନୀତ ଅତିଥି ଭାବରେ ସାଂସଦଙ୍କ ପ୍ରତିନିଧି ନୃସିଂହ ବରାଳ,କଣିହାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରିୟରଞ୍ଜନ ପ୍ରଧାନ,କଣିହାଁ +୨ ର ଅଧ୍ୟକ୍ଷ ଡଃ ନାରାୟଣ ଦାସ,+୩ ର ଅଧ୍ୟକ୍ଷ ମନୋଜ କୁମାର ସ୍ବାଇଁ,ପିଏମ ଶ୍ରୀ ପବିତ୍ର ମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ସିଦ୍ଧି ପ୍ରସାଦ ସାହୁ,ସାମ୍ବାଦିକ ଭୂପେନ ଗଡ଼ନାୟକ,ସାମ୍ବାଦିକ ରଞ୍ଜନ କୁମାର ମିଶ୍ର, ଆଇନ ଜୀବି ଜ୍ୟୋତିରଞ୍ଜନ ଧର  ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ,ପରେ ବିଧାୟକ ଖେଳରେ ଭାଗ ନେଇଥିବା ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଆୟୋଜିତ ଏକ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିବାସହ ଫିତା କାଟି ଖେଳ ପଡିଆକୁ ଉଦଘାଟନ କରିଥିଲେ।ଏଥିରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଦୌଡ, ଖୋ ଖୋ,ଉଚ୍ଚ ଡିଆଁ,ଲମ୍ବୋଡିଆଁ,ଇତ୍ୟାଦି ବିଭିନ୍ନ ପ୍ରକାର ଖେଳ ପ୍ରତିଯୋଗିତା କରାଯାଇଥିଲା।ଏଥିରେ କଣିହାଁ ବ୍ଲକ ର ୩୫ଟି ଉଚ୍ଚ ବିଦ୍ୟାଳୟରୁ ପ୍ରାୟ ୧ ହଜାର ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଯୋଗଦେଇ ଖେଳରେ ଅଂଶ ଗ୍ରହଣ କରିଥିଲେ।ସମସ୍ତ ବିଦ୍ୟାଳୟର ଖେଳ ଶିକ୍ଷକ ଉପସ୍ଥିତ ରହି ଖେଳ ପରିଚାଳନା କରୁଛନ୍ତି।ଏହା ୨ଦିନ ଧରି ଚାଲି ଥିଲା lଗୁରୁବାର ଉଦ୍ଘାଟନି ସଭାରେ କଣିହାଁ ଗୋଷ୍ଠୀ ଶିକ୍ଷା ଅଧିକାରି ପ୍ରିୟ ରଞ୍ଜନ ପ୍ରଧାନ ସଭାପତିତ୍ବ, କରିଥିଲେ ବେଳେ ଖେଳ ଶିକ୍ଷକ ଭାଗିରଥି ସାହୁ ମଞ୍ଚ ପରିଚାଳନା,ଶିକ୍ଷକ ସିଦ୍ଧି ପ୍ରସାଦ ସାହୁ ସ୍ୱାଗତ ଭାଷଣ  କରିଥିଲେ ଏବଂ କଣିହାଁ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ସୁଜନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ସାଂସଦ ଖେଳ ମହୋତ୍ସବ,ବୁଧବାର ଉଦଯାପନି ହୋଇଥିବା ବେଳେ ଖେଳରେ ଉତୀର୍ଣ୍ଣ ହୋଇଥିବା ଛାତ୍ର,ଛାତ୍ରୀ ମାନେ ଜିଲ୍ଲା ସ୍ତରୀୟ ଖେଳରେ ଭାଗ ନେବେ ବୋଲି ଜଣା ପଡିଛି lଖେଳରେ ବହୁ ମାନ୍ୟଗଣିୟ ବ୍ୟକ୍ତି ଓ ଛାତ୍ର ଛାତ୍ରୀ ମାନଙ୍କ ଅଭିଭାବକମାନେ ଉପସ୍ଥିତ ରହିବା ସହିତ,ଆଖ ପାଖ ଅଞ୍ଚଳର ବହୁ ଦର୍ଶକ ଖେଳ ଦେଖିବାକୁ ଭିଡ଼ ଜମାଇ ଥିଲେ l
 

Recent Comments

Leave Comments

Top