logo
add image
ଶ୍ରମକାର୍ଡ ବାତିଲ ଦାବିରେ ପ୍ରତିବାଦ ସଭା

ଶ୍ରମକାର୍ଡ ବାତିଲ ଦାବିରେ ପ୍ରତିବାଦ ସଭା

କଣିହାଁ/୨୨/୧୧/୨୦୨୫(ଆଧାର ମିଡ଼ିଆ//ରିପୋର୍ଟ-ଟୁନା ସାହୁ)ଅନୁଗୋଳ ଜିଲ୍ଲା ଶ୍ରମିକ-କର୍ମଚାରୀ ବିରୋଧୀ ୪ଟି ଶ୍ରମ କୋଡ୍ ୨୧ ନଭେମ୍ବର ୨୦୨୫ ଠାରୁ କେନ୍ଦ୍ର ବିଜେପି ସରକାର କାର୍ଯ୍ଯକାରୀ କରିଥିବାରୁ ଏହା ବିରୁଦ୍ଧରେ ଶନିବାର ସନ୍ଧ୍ଯାରେ ଏନଟିପିସି ବାଇପାସ ଛକ ଠାରେ ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଟ୍ରେଡ୍ ୟୁନିୟନ ସେଣ୍ଟର ଏଆଇୟୁଟିୟୁସି ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।ସଂଗଠନର ଜିଲ୍ଲା ସଭାପତି ପ୍ରହ୍ଲାଦ ଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ରାଜ୍ଯ ସମ୍ପାଦକ ଜୟସେନ ମେହେର,ତାଳଚେର ସୁପର ଥର୍ମାଲ ଓ୍ବାର୍କର୍ସ ୟୁନିୟନର ଯୁଗ୍ମସମ୍ପାଦକ ଟୁନା ନାଏକ,କାର୍ଯ୍ଯକାରୀ ସଭ୍ଯ ଗନ୍ଧର୍ବ ନାଏକ,ପ୍ରତାପ ପ୍ରଧାନ,ଅଭୟ କୁମାର ନାଏକ,ନରେଶ ପ୍ରଧାନ,ନିଳାମ୍ବର ତିରିଆ ପ୍ରମୁଖ କେନ୍ଦ୍ର ବିଜେପି ସରକାରଙ୍କ ଏହି ଅଗଣତାନ୍ତ୍ରିକ ନିଷ୍ପତ୍ତିକୁ ଦୃଢ ନିନ୍ଦା କରିଥିଲେ। ଶ୍ରମିକ-କର୍ମଚାରୀଙ୍କୁ ମନ ଇଛା ଛଟେଇ କରିବା,ପିଏଫ୍ ଓ ଇଏସଆଇସି ସୁବିଧାରୁ ଶ୍ରମିକ କର୍ମଚାରୀମାନଙ୍କୁ ବଞ୍ଚିତ କରିବା ପାଇଁ ମାଲିକମାନଙ୍କୁ ଏହି ଶ୍ରମ କୋଡ ମାଧ୍ୟମରେ ସରକାର ସୁଯୋଗ ଦେଇଛନ୍ତି। ଆହୁରୀ ମଧ୍ଯ ଶ୍ରମ କୋଡରେ ଶ୍ରମ ନିରୀକ୍ଷକଙ୍କ କାରଖାନା ପ୍ରଦର୍ଶନକୁ ବିଭିନ୍ନ ଆଳରେ ବାରଣ କରାଯାଇଛି, ଶ୍ରମିକ କର୍ମଚାରୀମାନଙ୍କ ଧର୍ମଘଟ କରିବାର ଅଧିକାରକୁ ହରଣ କରାଯାଇଛି।ଏହି ଶ୍ରମ କୋଡ୍ ମାଧ୍ୟମରେ ବହୁ ଶ୍ରମିକ କର୍ମଚାରୀ ମାରଣ ନୀତି ଲାଗୁ କରି ଶ୍ରମିକ କର୍ମଚାରୀମାନଙ୍କୁ ଆଧୁନିକ କ୍ରୀତଦାସରେ ପରିଣତ କରିବାର ଯୋଜନା କରାଯାଇଛି। ୨୦୨୦ ମସିହା ଠାରୁ ଦେଶର ଶ୍ରମିକ କର୍ମଚାରୀମାନେ ମଜୁରୀ କୋଡ୍,ଶିଳ୍ପ ସମ୍ପର୍କ କୋଡ୍,ସାମାଜିକ ସୁରକ୍ଷା କୋଡ୍ ଏବଂ ବୃତ୍ତିଗତ ନିରାପତ୍ତା, ସ୍ବାସ୍ଥ୍ଯ ଓ କାର୍ଯ୍ଯ ଅବସ୍ଥା କୋଡ୍ କୁ ଲଗାତାର ବିରୋଧ କରି ଆସୁଥିଲେ ମଧ୍ଯ ମାଲିକମାନଙ୍କ ସ୍ବାର୍ଥରେ ଏହି ୪ଟି ଶ୍ରମ କୋଡ୍ କୁ କେନ୍ଦ୍ର ବିଜେପି ସରକାର ଲାଗୁ କରିଛନ୍ତି।ଶ୍ରମିକ କର୍ମଚାରୀ ସ୍ବାର୍ଥ ବିରୋଧୀ ଏହି ୪ଟି ଶ୍ରମ କୋଡ୍ ପ୍ରତ୍ଯାହାର ଦାବିରେ ଶକ୍ତିଶାଳୀ ଐକ୍ୟବଦ୍ଧ ମିଳିତ ଶ୍ରମିକ-କର୍ମଚାରୀ ଆନ୍ଦୋଳନ ସଂଗଠିତ କରିବା ନିମନ୍ତେ ବକ୍ତାମାନେ ଆହ୍ବାନ ଦେଇଥିଲେ।ଏହି ପ୍ରତିବାଦ ସଭାରେ ଏନଟିପିସି କଣିହାଁର ଶତାଧିକ ସ୍ଥାୟୀ କର୍ମଚାରୀ ଓ ଠିକାଶ୍ରମିକ ଅଂଶଗ୍ରହଣ କରିଥିଲେ।
 

Recent Comments

Leave Comments

Top