logo
add image
ବଲାଣି ଡିଏଭି ପବ୍ଲିକ ସ୍କୁଲ ରେ ୭୭ତମ ଏନସିସି ଦିବସ ପାଳିତ

ବଲାଣି ଡିଏଭି ପବ୍ଲିକ ସ୍କୁଲ ରେ ୭୭ତମ ଏନସିସି ଦିବସ ପାଳିତ

ଚମ୍ପୁଆ/୨୪/୧୧/୨୦୨୫(ଆଧାର ମିଡ଼ିଆ//ରିପୋର୍ଟ-ସଞ୍ଜୟ ସିହ୍ନା)କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ଅନ୍ତର୍ଗତ ବଲାଣି ଡିଏଭି ପବ୍ଲିକ୍ ସ୍କୁଲ ଠାରେ ୭୭ତମ ଏନସିସି ଦିବସକୁ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଇଛି।ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଥିଲା। କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ,ବଲାଣି ୟୁନିଟ ର ଡେପୁଟି କମାଣ୍ଡ ଦୀପକ ରାୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ।କାର୍ଯ୍ୟକ୍ରମ ଆରମ୍ଭରେ ଏନସିସି ର ମୁଖ୍ୟଅତିଥି ଦୀପକ ରାୟ ପତାକା ଉତ୍ତୋଳନ କରିଥିଲେ।ଉକ୍ତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ସହ ଏନସିସି କ୍ୟାଡେଟ ଙ୍କ ମିଳିତ ଭାବରେ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରିଥିବା ଦେଖିବାକୁ ମିଳିଥିଲା।ଏହି ଅବସରରେ ୧୫ଜଣ ଏନସିସି କ୍ୟାଡେଟ ଙ୍କୁ ମୁଖ୍ୟ ଅତିଥି ମାନ ପତ୍ର ପ୍ରଦାନ କରିଛନ୍ତି ଏବଂ ଶିବମ୍ ବାରିକ,ସୁଖ ମଞ୍ଜିତ ସିଂହ, ଇଶିକା ଗୁପ୍ତା ଏବଂ ଅଳକା ଖରୱାରଙ୍କ ସମେତ ଚାରି ଜଣ କ୍ୟାଡେଟ ଙ୍କୁ ଜୁନିଅର ଅଣ୍ଡର ଅଫିସର ପଦବୀରେ ସମ୍ମାନିତ କରାଯାଇଥିଲା।ଏହି ଅବସରରେ ଡିଏଭି ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ଏବଂ ଏନସିସି ର ତୃତୀୟ ଅଧିକାରୀ ପ୍ରୀତି ରଞ୍ଜନ ନନ୍ଦ ଉପସ୍ଥିତ ଥିଲେ।ଏହି ଅବସରରେ, ମୁଖ୍ୟ ଅତିଥି ଡେପୁଟି କମାଣ୍ଡ ଦୀପକ ରାୟ କହିଥିଲେ ଯେ ଆଜି ଏନସିସି କ୍ୟାଡେଟ ସଂଖ୍ୟା ୧୭ ଲକ୍ଷରୁ ୨୩ ଲକ୍ଷକୁ ବୃଦ୍ଧି କରିବାର ଲକ୍ଷ୍ୟ ରଖାଯାଇଛି।ଜାତୀୟ କ୍ୟାଡେଟ କୋର ଏକ ତ୍ରି-ସେବା ସଂଗଠନ, ଯେଉଁଥିରେ ସ୍ଥଳ ସେନା, ନୌସେନା ଏବଂ ବାୟୁସେନା ସାମିଲ ଅଛି।ଏନସିସି ଶୃଙ୍ଖଳା, ଏକତା ଏବଂ ରାଷ୍ଟ୍ର ସେବାର ଭାବନା ଜାଗ୍ରତ କରେ। ଏହି ଅବସରରେ, ମୁଖ୍ୟ ଅତିଥି କ୍ୟାଡେଟ ମାନଙ୍କ ସହିତ କେକ୍ କାଟି ଉତ୍ସବ ପାଳନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ,ସ୍କୁଲର ପ୍ରଧାନଶିକ୍ଷକ ରାଜଶ୍ରୀ ମହାପାତ୍ର ନିମନ୍ତ୍ରିତ ଅତିଥି ଏବଂ ସ୍କୁଲର ଏନସିସି କ୍ୟାଡେଟ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ।
 

Recent Comments

Leave Comments

Top