ବଳଙ୍ଗା/୨୪/୧୧/୨୦୨୫(ଆଧାର ମିଡ଼ିଆ)ରବିବାର ଅପରାହ୍ନରେ ବଳଙ୍ଗା ଥାନା ପାର୍ବତୀପୁର ଗ୍ରାମରେ ବରଯାତ୍ରୀ ଶୋଭାଯାତ୍ରା ଦେଖୁଥିବା ଗ୍ରାମର ଝାଅ ବୋହୁଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ମହିଳା ମାନଙ୍କୁ ମାଡ ମାରି ମୋବାଇଲ ଭାଙ୍ଗିବା ମାମଲାରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରି ସୋମବାର ଦିନ କୋର୍ଟଚାଲାଣ କରିଛି ।ଅଭିଯୁକ୍ତ ଜଣକ ସେହିଗ୍ରାମର ରାମଚନ୍ଦ୍ର ପୋଲେଇ।ସୁଚନା ମୁତାବକ ଗ୍ରାମର ଜଣେ ବ୍ୟକ୍ତିଙ୍କ ଝିଅ ବାହାଘର ପାଇଁ ବରଯାତ୍ରୀ ଶୋଭାଯାତ୍ରା ଯାଉଥିବା ସମୟରେ ଅଭିଯୁକ୍ତ ରାମଚନ୍ଦ୍ର ଶୋଭାଯାତ୍ରା ଦେଖୁଥୁବା ଝିଅ ବୋହୂମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ।ଫଳରେ ଗ୍ରାମର ରବିଗୁରୁଙ୍କ ପତ୍ନୀ ଝରଣା ଗୁରୁ ପ୍ରତିବାଦ କରିବାରୁ ରାମଚନ୍ଦ୍ର ତାଙ୍କୁ ମାତ ମାରି ଟଣା ଓଟରା କରିଥିଲା ଏହିଘଟଣାରେ ଗ୍ରାମର ଅନ୍ୟ ଜଣେ ମହିଳା ରାଜା ପ୍ରଧାନ ପ୍ରତିବାଦ କରିବାରୁ ଗ୍ରାମଚନ୍ଦ୍ର ମଚନ୍ଦ୍ର ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗଲଜ କରି ହାତରେ ଧରିଥିବା ଏକ ଇଟାରେ ରୀନାଙ୍କ ହାତକୁ ଛେଚିବା ସହ ରାନା ଧରିଥିବା ମୋ ବାଡେଇ ଭାଙ୍ଗି ଦେଇଥିଲେ।ଏନେଇ ଝରଣାଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ଥାନାରେ ଏକ ମାମଲା କରାଯାଇ ଗିରଫ କରାଯାଇଥିଲା ।
Recent Comments