logo
add image
ନିୟୁ ଷ୍ଟାର କ୍ଲବ୍ ପକ୍ଷରୁ ସମ୍ବିଧାନ ଦିବସ ପାଳନ

ନିୟୁ ଷ୍ଟାର କ୍ଲବ୍ ପକ୍ଷରୁ ସମ୍ବିଧାନ ଦିବସ ପାଳନ

ସୋନପୁର/୨୬/୧୧/୨୦୨୫(ଆଧାର ମିଡ଼ିଆ)ଆଜି ସୋନପୁର ଆମ୍ବେଦକର ଛକ ଠାରେ ନିୟୁ ଷ୍ଟାର କ୍ଲବ୍ ପକ୍ଷରୁ ଭାରତ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିଧାୟକ ବିନୋଦ ପାତ୍ର,ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ମନୋରଞ୍ଜନ ତ୍ରିପାଠୀ ଓ ବରିଷ୍ଠ ନାଗରିକ ମାଧବ କୁମ୍ଭାର ଯୋଗଦେଇ ପ୍ରଥମେ ଡଃ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ lସାମ୍ବିଧାନିକ ମୂଲ୍ୟବୋଧ ଓ ଗଣତନ୍ତ୍ରର ପରମ୍ପରାକୁ ସାରା ବିଶ୍ୱକୁ ପହଞ୍ଚାଇବାର ସମ୍ବିଧାନ ଦିବସର ଲକ୍ଷ୍ୟ ବୋଲି ଅତିଥି ମାନେ କହିଥିଲେ lପବିତ୍ର ଭାରତର ପବିତ୍ର ଗ୍ରନ୍ଥ ହେଉଛି ସମ୍ବିଧାନ ବୋଲି ମତ ରଖି ସମସ୍ତ ନାଗରିକଙ୍କୁ ସମାନ ଅଧିକାର ଦେବା,ବିକଶିତ ରାଷ୍ଟ୍ର ଗଠନ କରିବା ବାବା ଡଃ ଆମ୍ବେଦକରଙ୍କ ଏହି ସ୍ଵପ୍ନକୁ ପୁରା କରିବାକୁ କହିଥିଲେ lଏଥିରେ ନିୟୁ ଷ୍ଟାର କ୍ଲବ୍ ର ସଭାପତି ଦଧି ହରିପାଲ, ସମ୍ପାଦକ ଆଲୋକ କୁମ୍ଭାର,ସଦସ୍ୟ ମାନସ ମାଝୀ,ମନବୁଧ ବାଘ,ସରୋଜ ସୁନା,ପିତାମ୍ବର ସୁନା,ରମାକାନ୍ତ ସୁନା,ତାରାକାନ୍ତ ସୁନା ପ୍ରମୁଖ ସମସ୍ତ ସଦସ୍ୟ ଯୋଗ ଦେଇ ସମ୍ବିଧାନ ଦିବସର ଲକ୍ଷ୍ୟ ଉଦ୍ଦେଶ୍ୟ ଉପରେ ଅନେକ ବାର୍ତ୍ତା ପ୍ରଦାନ କରିଥିଲେ l
 

Recent Comments

Leave Comments

Top