logo
add image
ବୌଦ୍ଧ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ  ଶୂନ୍ୟ ମୃତାହତ ପକ୍ଷ ଉପଲକ୍ଷେ ୱାକାଥନ

ବୌଦ୍ଧ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ  ଶୂନ୍ୟ ମୃତାହତ ପକ୍ଷ ଉପଲକ୍ଷେ ୱାକାଥନ

ବୌଦ୍ଧ/୧୮/୧୧/୨୦୨୫(ଆଧାର ମିଡ଼ିଆ//ରିପୋର୍ଟ- ଧବଳେଶ୍ୱର ମହାପାତ୍ର)ବୌଦ୍ଧ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟlଳୟ ପ୍ରାଧିକରଣ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ଅବସରରେ ଏକ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ବୌଦ୍ଧ ସହର ସ୍ଥିତ ଟାଉନ ହଲ୍ ରୁ ଆରମ୍ଭ ହେlଇ ବିଜୁ ପଟ୍ଟନାୟକ ଛକ ନିକଟସ୍ଥ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏହି ୱାକାଥନ୍ ବା ପଦଯାତ୍ରା ହୋଇଥିଲା lବୌଦ୍ଧ ଜିଲ୍ଲାପାଳ ଶ୍ରୀ ବିଭୂତି ଭୂଷଣ ନାଏକ,ଡିଆର୍ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା,ବୌଦ୍ଧ ଆଞ୍ଚଳିକ ଅଧିକାରୀ ସୁଶ୍ରୀ ସୁଷମା ସାହୁ,ଜୁନିଅର ଏମ.ଭିଆଇ ଶ୍ରୀ ସଞ୍ଜୟ କୁମାର ବେହେରା ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ lଏହି ପଦଯାତ୍ରା ଟାଉନହଲ ଠାରୁ ବାହାରି ଗାନ୍ଧୀ ଛକ,ବାଘଗୁଡା ଛକ,ମେଡିକାଲ ଛକ, ପୁରୁଣା ବ୍ଲକ୍ ଛକ, ବ୍ରିଜ ଛକ ଦେଇ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗର କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା lଦୀର୍ଘ ତିନି କିଲୋମିଟର ଧରି ହୋଇଥିବା ଏହି ପଦଯାତ୍ରାରେ ଜିଲ୍ଲାପାଳ ମହୋଦୟ ଓ ଅନ୍ୟାନ୍ୟ ଅତିଥି ମାନେ ମଧ୍ୟ ଯୋଗଦେଇଥିଲେ lବୌଦ୍ଧ ଜିଲ୍ଲାରେ ଦୁର୍ଘଟଣା ବୃଦ୍ଧି ପାଇ ଧନ ଜୀବନ ହାନି ହେଉଥିବା ବେଳେ ଶୁନ୍ୟ ମୃତାହତ ପାଇଁ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଘରୋଇ ବସ ମାଲିକ ସଂଘ,ଜିଲ୍ଲା ଟ୍ରକ ମାଲିକ ସଂଘ, ଅଧ୍ୟାପକ ଶ୍ରୀ ପ୍ରବୀର ଦାସ,ଆଦର୍ଶ ଥାନା ଅଧିକାରୀ ଶ୍ରୀ ନଳିନୀକାନ୍ତ ଦାସ,ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ,କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ସମେତ ଆଞ୍ଚଳିକ ପରିବହନ ବିଭାଗର ସମସ୍ତ କର୍ମଚାରୀ ସାମିଲ ଥିଲେ ।
 

Recent Comments

Leave Comments

Top