logo
add image
ନିଜ ନ୍ୟାର୍ଯ୍ୟ ଅଧିକାରକୁ ନେଇ ଗର୍ଜିଲେ ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା

ନିଜ ନ୍ୟାର୍ଯ୍ୟ ଅଧିକାରକୁ ନେଇ ଗର୍ଜିଲେ ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା

ବୌଦ୍ଧ/୨୮/୧୧/୨୦୨୫(ଆଧାର ମିଡ଼ିଆ//ରିପୋର୍ଟ-ଧବଳେଶ୍ୱର ମହାପାତ୍ର)ଓଡ଼ିଶା ସରକାର ଙ୍କ ସମସ୍ତ ସରକାରୀ ବିଦ୍ୟାଳୟ ମାନଙ୍କରେ ଛାତ୍ର ଛାତ୍ରୀ ମାନଙ୍କ ଉପସ୍ଥାନ ବୃଦ୍ଧି ତଥା ସେମାନଙ୍କୁ ଅଧିକ ପୁଷ୍ଟି ପ୍ରଦାନ ପାଇଁ ବିଦ୍ୟାଳୟ ମାନଙ୍କରେ ଚାଲୁ ରଖିଛନ୍ତି ମଧ୍ୟାହ୍ନ ଭୋଜନ lଏହି ମଧ୍ୟାହ୍ନ ଭୋଜନ କୁ ସୁଚାରୁରୂପେ ଚଳାଇବା ପାଇଁ ସମସ୍ତ ପ୍ରଧାନ ଶିକ୍ଷକ ଙ୍କ ତତ୍ୱବାଧାନ ରେ ପାଚକ ପାଚିକା ମାନେ ସକାଳ ପ୍ରାୟ ୯ ଘଣ୍ଟା ବେଳକୁ ବିଦ୍ୟାଳୟରେ ପହଞ୍ଚି ଦୀର୍ଘ ସମୟ ଧରି ପ୍ରସ୍ତୁତ କରିଥାନ୍ତି ମଧ୍ୟାହ୍ନ ଭୋଜନ lଛାତ୍ର ଛାତ୍ରୀ ଖାଦ୍ୟ ଖାଇ ସାରିବା ପରେ ସେଗୁଡ଼ିକୁ ପରିଷ୍କାର ପରିଚ୍ଛନ୍ନ କରି ଘରକୁ ପହଞ୍ଚିଲା ବେଳକୁ ପ୍ରାୟ ତିନିଟା lଦୀର୍ଘ ୬ ଘଣ୍ଟା ପରିଶ୍ରମ କରି ପାଆନ୍ତି ମାତ୍ର ଦିନ ପିଛା ଏକ ଶହ ଟଙ୍କା lମାସକୁ ମାତ୍ର ତିନି ହଜାର ଟଙ୍କାରେ ଛୁଆ ପିଲା ଘର ସଂସାର ଚଳାଇବା ନିହାତି ଅସମ୍ଭବ ହୋଇପଡୁଛି lତେଣୁ ସେମାନେ ସରକାରଙ୍କୁ ନିଜର ନ୍ୟାର୍ଯ୍ୟ ଦାବୀ ଜଣାଇବା ପାଇଁ ଅଣ୍ଟା ଭିଡିଛନ୍ତି lଏହି କ୍ରମରେ ବୌଦ୍ଧ ଜିଲ୍ଲା ପାଚକ ପାଚିକା ମାନେ ରାମେଶ୍ବର ମନ୍ଦିର ଶତାଧିକ ପାଚକ ପାଚିକା ଏକ ବିଶାଳ ପଦଯାତ୍ରା କରି ବୌଦ୍ଧ ସହର ପରିକ୍ରମା କରି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ l  ସେମାନେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ୭ଦଫା ସମ୍ମିଳିତ ଏକ ଦାବୀ ପତ୍ର ମାନନୀୟ ବୌଦ୍ଧ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଥିଲେ lଏହି ଦାବିପତ୍ରରେ ସେମାନଙ୍କ ପାଇଁ ଅତିକମରେ ୪୬୩ ଟଙ୍କା ମଜୁରୀ  ସେମାନଙ୍କୁ ଏକକ ନିଯୁକ୍ତି ପତ୍ର ପ୍ରଦାନ,୧୦ ମାସ ବଦଳରେ ୧୨ ମାସର ମଜୁରୀ ପ୍ରଦାନ ଆଦି ଦାବୀ ରହିଛି l ତେବେ ସରକାର ଡିସେମ୍ବର ୭ସୁଦ୍ଧା ସେମାନଙ୍କ ଦାବୀ ପୂରଣ ନହେଲେ ଆସନ୍ତା ଡିସେମ୍ବର ୮ ତାରିଖରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ସେମାନେ ଚେତାବନୀ ଦେଇଥିଲେ l
 

Recent Comments

Leave Comments

Top