ଵିଷମକଟକ/କାଷିନାଥପାଳ/୨୯/୧୧/୨୦୨୫(ଆଧର ମିଡ଼ିଆ)ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ମୁନିଖେ।ଲ ପଞ୍ଚାୟତ ଶକଟା ଡଙ୍ଗରକୁ ଆଜି ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣି ଯାଇ ସେମାନଙ୍କ ସମସ୍ୟା ଵୁଝିଥିଲେ।ଉନ୍ନୟନ କାର୍ଯ୍ୟ ତଦାରଖ କରିବା ସହ ପ୍ରଧାନମନ୍ତ୍ରୀ ଜନମନ ଗୣହ,ଅଙ୍ଗନବାଡି,ସ୍ବାସ୍ଥ୍ୟ ସଵ୍ ସେଣ୍ଟର ଓ ପ୍ରାଥମିକ ସ୍କୁଲ ହଷ୍ଟେଲ ବୁଲି ଦେଖିଥିଲେ।ସେଠାରେ ୩୦ଜଣଙ୍କୁ ଜମି ପଟ୍ଟା ଓ ଜାତି ପ୍ରମାଣ ପତ୍ର ପ୍ରଦାନ କରିଥିଲେ।ଏହାପରେ ଗାଡିର ଅସୁବିଧା ହେତୁ ଡେଙ୍ଗୁଣୀ ନଯାଇ ଫେରି ଆସି ଆମ୍ବାଦଳା ଓ ରଘୁବାରୀ ପଞ୍ଚାୟତର ସ୍କୁଲମାନ ପରିଦର୍ଶନ କରି ସମସ୍ୟା ଵୁଝି ଥିଲେ। ସେଠାରୁ ଫେରି ଜିଲ୍ଲାପାଳ ମୁନିଗୁଡା ତହସିଲରେ ସାଲତମାମି କାର୍ଯ୍ୟ ସାରି ରାୟଗଡା ଫେରିଯାଈଥିଲେ।ଏହି ପରିଦର୍ଶନ କୁ ବ୍ଲକର ଜେଇ ଅମ୍ବିକା ଦାସ ଜିଲ୍ଲାପାଳଙ୍କୁ ରାସ୍ତା ଦେଖାଇ ନେଇଥିଲେ। ଜିଲ୍ଲିପାଳଙ୍କ ସହ ଗୁଣୁପୁରୁ ଉପଜିଲ୍ଲାପାଳ ଶ୍ରୀ ଅଭିଶେକ ଦିଲିପ ଦୁଧାଲ ଙ୍କ ସମେତ ଏଇ, ସିଡିପିଓ,ବିଇଓ,ଡବ୍ଲୁଇ,ଜେଇ,ଏଇ,ଏଇଇ ଏଵଂ ସମସ୍ତ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ।
Recent Comments