logo
add image
ହୀରାକୁଦ ଜଳ ଭଣ୍ଡାର  ରେ ପୁଣି ଇନଟେକ୍ ୱ୍ୱେଲ 

ହୀରାକୁଦ ଜଳ ଭଣ୍ଡାର  ରେ ପୁଣି ଇନଟେକ୍ ୱ୍ୱେଲ 

ସମ୍ବଲପୁର/ରେଙ୍ଗାଲି/୨୮/୧୧/୨୦୨୫(ଆଧାର ମିଡ଼ିଆ/ରିପୋର୍ଟ-ସୁନିଲ କୁମାର ନାଥ)ସମ୍ବଲପୁର ଜିଲ୍ଲା,ରେଙ୍ଗାଲି ତହସିଲ ତରଫରୁ ଖିଣ୍ଡା ମୌଜା ରେ ଏନ୍‌ ଏଲ୍ ସି କମ୍ପାନୀ ଇନ୍‌ ଟେକ୍ ୱେଲ କରିବା ପାଇଁ ଗ୍ରାମବାସୀ ଙ୍କୁ ସର୍ବସାଧାରଣ ନୋଟିସ୍ ଦିଆଯାଇଥିଲା Iଖିଣ୍ଡା ଗ୍ରାମବାସୀ ସେହି ଜମି ଗ୍ରାମର ସଂରକ୍ଷିତ ଜଙ୍ଗଳ ଭୁଗୋରା ଡୁଙ୍ଗୁରୀ ର ଅଂଶ ବିଶେଷ ଦର୍ଶାଇ ସେହି ଜାଗାରେ ଅନେକ ପ୍ରକାର ଗଛ ଅଛି, ଗ୍ରାମବାସୀ ମାନେ ବହୁ ବର୍ଷ ପୂର୍ବରୁ ସୁରକ୍ଷା କରି ଜିବନ ଜିବିକା ନିର୍ବାହ କରିଆସୁଥିବା କହି ଗଛ ଚିହ୍ନଟ ଓ ମାପ କରିବାକୁ ବିରୋଧ କରୁଛନ୍ତି I ଗ୍ରାମବାସୀ ହୀରାକୁଦ ନଦୀବନ୍ଧ ଯୋଜନା ଦ୍ଵାରା କ୍ଷତିଗ୍ରସ୍ଥ ଓ ବିସ୍ଥାପିତ ପରିବାର ର ଅନ୍ତରଭୁକ୍ତ ଥିବାରୁ ସେହି ଜାଗାରେ ଗ୍ରାମବାସୀ ମାନେ  ମତ୍ସ୍ୟ ଚାଷ ଓ ପନିପରିବା ଚାଷ କରି ଆସୁଥିବାରୁ ସେହି ଜମି ଖାତା ନଂ.୨୪୭ ଫୁଟ ନଂ ୧୬୭୬/୩୪୯ କିସମ ଜଳ ଭଣ୍ଡାର ଏ.୩.୫୮ ଡ଼ି କୁ ଶିଳ୍ପ ପ୍ରତିଷ୍ଠା ନିମନ୍ତେ କିଶମ କୁ ପରିବର୍ତ୍ତନ ନ କରିବାକୁ ଗ୍ରାମବାସୀ ମାନେ ପୂର୍ବରୁ ରେଙ୍ଗାଲି ତହସିଲଦାର ଙ୍କୁ ଲିଖିତ ଜଣାଇଥିଲେ। ଏହାକୁ ନେଇ ଅନେକ ବୈଠକ ହୋଇଅଛି।ବୈଠକ ରେ ପୂର୍ବରୁ ଭୁଷଣ କମ୍ପାନୀ ର ଇନଟେକ୍ ଓ୍ବେଳ ନିର୍ମାଣ ସମୟର ସମସ୍ତ କାଗଜ ପତ୍ର ଦେଖିବା ପରେ,ରାସ୍ତା,ପାନୀୟ ଜଳ,ମାଉସୀ ମାଁ ମନ୍ଦିର, ଚାକିରୀ,ଗେଟ୍ ସହ ପାଚେରୀ ନିର୍ମାଣ ଦାବି କରାଜାଇଛି ।ଦାବି ଗୁଡ଼ିକ ପୂରଣ ନେଇ ଯଥେଷ୍ଠ ପୂର୍ବ ରୁ ଗ୍ରାମ ବାସୀଙ୍କୁ ସୂଚନା ଦେଇ ନ ଥିବାରୁ ଆସନ୍ତା ବୁଧବାରଏହି ଆଲୋଚନା ପୁଣି ହେବ ।ଆଜି ଏହି ସଭା ସମୟରେ ରେଙ୍ଗାଲି ତହସିଲଦାର ତକ୍ଷରାଜ ଭିତିରିଆ, ଏନ ଏଲ ସି ର ଉପଦେଷ୍ଟା କେ ସତ୍ୟ ପ୍ରକାଶ,ଡେପୁଟି ଚିପ୍ ଇଂଜିନିୟର ରାକେଶ ସାହୁ, ଅତିରିକ୍ତ ମୂଖ୍ୟ ମ୍ୟାନେଜର ପ୍ରତାପ ମହାରଣା, ଖିଣ୍ଡା ଗ୍ରାମବାସୀ ପକ୍ଷରୁ ସୁରେନ୍ଦ୍ର ସାଏ ଙ୍କ ବଂଶଧର ଲାଲ୍ ବିରେନ୍ଦ୍ର ସାଏ,ପୂର୍ବତନ ଜଙ୍ଗଲ ସଭାପତି ତଥା ବର୍ତ୍ତମାନର ସମ୍ପାଦକ ହେମନ୍ତ ରାଉତ,ଅନ୍ତରାମ ମେହେର,ଅରୁଣ ବିଶି,ଅଜିତ ବେହେରା  ଙ୍କ ସହିତ ଅନ୍ୟ ପ୍ରମୁଖ ଲୋକ ଉପସ୍ଥିତ ଥିଲେ l

Recent Comments

Leave Comments

Top