logo
add image
ବଲାଣି ରେ ଫୁଟିଲା ଗୁଳି, ଟଙ୍କା ନେଳଦେଳ କୁ ନେଇ ଏହି ଗୁଳି କାଣ୍ଡ

ବଲାଣି ରେ ଫୁଟିଲା ଗୁଳି, ଟଙ୍କା ନେଳଦେଳ କୁ ନେଇ ଏହି ଗୁଳି କାଣ୍ଡ

ବଲାଣି/ବଡବିଲ/୧/୧୨/୨୫(ଆଧାର ମିଡ଼ିଆ/ରିପୋର୍ଟ-ରାଜେନ୍ଦ୍ର ନନ୍ଦ) କେନ୍ଦୁଝର ଜିଲ୍ଲା ସୀମାନ୍ତ ଖଣି ଅଞ୍ଚଳ ବଲାଣି ଟାଉନ ସିପ ସ୍ଥିତ ଡି ଏ ଭି ପବ୍ଲିକ ସ୍କୁଲ ନିକଟସ୍ତ ଏକ ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ସ୍ଥଳରେ ରବିବାର ଦିନ ଗୁଳି କାଣ୍ଡ ଘଟିଥିବା ଘଟଣା ଜଣାପଡିଛି।ସୂଚନା ଅନୁସାରେ ମୁଖ୍ୟ ଠିକାଦାର ଜଣକ ବିଳାସ ପୁର(ଛତିଶଗଡ଼) ଓ ପେଟି ଠିକାଦାର ଜଣକ ରାଉରକେଲା ମଧ୍ୟରେ ଟଙ୍କା ଲେଣ ଦେଣ କୁ ନେଇ ବିବାଦ ସୃଷ୍ଟି ହୋଇଥିଲା l ବିବାଦ ବଢ଼ି ଯାଇଥିବା ଯୋଗୁ ମୂଖ୍ୟ ଠିକାଦାର ଙ୍କ ସୁରକ୍ଷା କର୍ମୀ ଫାଙ୍କରେ ଗୁଳି ଫୁଟାଇଥିଲା।ସଭଗ୍ୟବସ ଏହି ଗୁଳି କାଣ୍ଡ ଘଟଣା ରେ କେହି ଆହତ ହୋଇ ନ ଥିବା ଜଣାପଡିଛି।ଖବର ପାଇ ବଲାଣି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।ବଲାଣି ଥାନା ରେ ଉକ୍ତ ଗୁଳି କାଣ୍ଡ ଘଟଣା ର ଏକ ମାମଲା ରୁଜୁ କରି ୬ ଜଣ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।

Recent Comments

Leave Comments

Top