logo
add image
ପ୍ରାଥମିକ ଶିକ୍ଷକ ମହାସଂଘ,କଣିହାଁ ପକ୍ଷରୁ ଦାବିପତ୍ର ପ୍ରଦାନ

ପ୍ରାଥମିକ ଶିକ୍ଷକ ମହାସଂଘ,କଣିହାଁ ପକ୍ଷରୁ ଦାବିପତ୍ର ପ୍ରଦାନ

କଣିହାଁ/୩/୧୨/୨୦୨୫(ଆଧାର ମିଡ଼ିଆ//ରିପୋର୍ଟ-ଟୁନା ସାହୁ)ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ପ୍ରାଥମିକ ଶିକ୍ଷକ ମହାସଂଘ ର ନୂତନ ପେନସନ ଯୋଜନାଭୁକ୍ତ ପାଇଁ  ଶିକ୍ଷକ ମହାସଂଘ,ଓଡିଶାର ଆହ୍ବାନ କ୍ରମେ ବୁଧବାର ଦିନ ମୁଖ୍ଯମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଏକ ଦାବିପତ୍ର କଣିହାଁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ପ୍ରଦାନ କରାଯାଇଛି। ପ୍ରାଥମିକ ଶିକ୍ଷକ ମାନଙ୍କର ମୂଳ ପଦବୀକୁ ଅପଗ୍ରେଡ କରି ଲେବୁଲ ୯ ଅନୁଯାୟୀ ମୂଳ ବେତନ ୩୫ ହଜାର ୪ ସହ ଟଙ୍କା ପ୍ରଦାନ କରିବା,ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରୁ ଠିକା ପ୍ରଥା ଉଚ୍ଛେଦ କରି ୨୦୦୧ ମସିହା ଠାରୁ ଅଦ୍ୟାବଧି କାର୍ଯ୍ୟରତ ସମସ୍ତ ଶିକ୍ଷକମାନଙ୍କର ଠିକା କାର୍ଯ୍ୟକାଳକୁ ମୂଳ ଚାକିରୀରେ ଗଣନା କରିବା ସହିତ ୬ଟି ନୋସନାଲ ଇନକ୍ରୀମେଣ୍ଟ ପ୍ରଦାନ କରିବା ଓ ପୁରାତନ ପେନସନ ବ୍ୟବସ୍ଥା ଲାଗୁ କରିବାକୁ ସଂଘ ଦାବି କରିଛି। ଏହି ଦାବିପତ୍ର ପ୍ରଦାନରେ  ସଂଘର କଣିହାଁ ବ୍ଲକ ସଭାପତି ମଙ୍ଗୁଳୁ ଚରଣ ସାହୁ,ସଂପାଦକ ଶ୍ରୀଧର ଦାସ,ମୁନା ନାଏକ, ମାନସ ସାହୁ, ପ୍ରଫୁଲ୍ଲ ପ୍ରଧାନ,ନୀଳମଣି ବେହେରା,ସନ୍ତୋଷ ମିଶ୍ର,ବିଜୟ ଦେହୁରୀ,ବିଷ୍ଣୁ ଚରଣ ବେହେରା,ରଶ୍ମିବାଳା ପ୍ରଧାନ,ପିଙ୍କି ରାଉଳ, ସୁକୁମାରୀ ବେହେରା,ସୁନିତା ପ୍ରଧାନ, ପ୍ରଦୀପ କୁମାର ବେହେରା ପ୍ରମୁଖ କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ। ରାଜ୍ୟ ମହାସଂଘ ଡାକରାରେ ଚଳିତମାସ ୫ ତାରିଖରେ ଭୁବନେଶ୍ୱର ରେ ହେବାକୁ ଥିବା ରାଜ୍ୟସ୍ତରୀୟ ବିକ୍ଷୋଭ ଆନ୍ଦୋଳନରେ କଣିହାଁ ବ୍ଲକର ସମସ୍ତ ଏନପିଏସ ଶିକ୍ଷକ ଅଂଶଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି।
 

Recent Comments

Leave Comments

Top