କାକଟପୁର/୪/୧୨/୨୦୨୫(ଆଧାର ମିଡ଼ିଆ//ରିପୋର୍ଟ-ତୁଷାର ଦୀକ୍ଷିତ)କାକଟପୁର ଠାରେ ଥିବା ଷ୍ଟେଟ ବ୍ୟାଙ୍କ ର ନୂତନ ଶାଖା କାର୍ଯ୍ୟାଳୟ ଏକ ବର୍ଣ୍ଣାଢ୍ୟ ପରିବେଶରେ ଭୁବନେଶ୍ୱର ମଣ୍ଡଳ ମହା ପ୍ରବନ୍ଧକ ଡଃ ବନ୍ଦନା ଅଗ୍ରୱାଲଙ୍କ ପୌରୋହିତ୍ୟରେ ଅନୁଷ୍ଠାନିକ ଭାବେ ଉଦଘାଟିତ ହୋଇ ଯାଇଛି lସମ୍ମାନିତ ଅତିଥି ଭାବେ ପୁରୀ ଆଞ୍ଚଳିକ ଶାଖା ପ୍ରବନ୍ଧକ ଶ୍ରୀ ଭରତ ଚନ୍ଦ୍ର ସାହୁ,ପୁରୀ ଅପରେସନ ମୁଖ୍ୟ ପ୍ରବନ୍ଧକ ସନ୍ତୋଷ କୁମାର ଦାସ,କାକଟପୁର ଶାଖା ପରିଚାଳକ ସୁବ୍ରତ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ରାଜ୍ୟରେ ଷ୍ଟେଟ ବ୍ୟାଙ୍କର ଜନସାଧାରଣଙ୍କୁ ସେବା ଯୋଗାଇବାରେ ଦ୍ରୁତ ଆଦୃତି ପାଇବା ସହିତ କାକଟପୁର ଅଞ୍ଚଳର ଚାଷୀ,କ୍ଷୁଦ୍ର ବ୍ୟବସାୟୀ,ନାମମାତ୍ର ବ୍ୟବସାୟୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ,ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକୁ ଉନ୍ନତ ମାନର ସେବା ଯୋଗାଇବା ସହିତ ବ୍ୟାଙ୍କ କୁ ଆସୁଥିବା ପ୍ରତ୍ୟେକ ଲୋକଙ୍କୁ ସେବା ଯୋଗାଇ ଦେବା ଆମର ଲକ୍ଷ୍ୟ ଏବଂ ଆସୁଥିବା ଗ୍ରହାକ ମାନଙ୍କୁ ମିଠା କଥା କହି ସେବା ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଲକ୍ଷ ବୋଲି ମତବ୍ୟକ୍ତ କରିଥିଲେ lରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡିକୁ ଷ୍ଟେଟବ୍ୟାଙ୍କ ସଫଳ ରୂପାୟନ କରିପାରିବ ବୋଲି ଜନସାଧାରଣ ଙ୍କୁ ଶାଖା ପରିଚାଳକ ଶ୍ରୀ ମହାନ୍ତି ସୂଚନା ଦେଇଥିଲେ lଏହି ଅବସରରେ ବ୍ୟାଙ୍କର ସମସ୍ତ ଗ୍ରାହକ,ବୁଦ୍ଧିଜୀବୀ ଏବଂ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦେଇଥିଲେ l
Recent Comments