logo
add image
କଟା ଗୋ ମାଂସ କୁ ଜବତ କଲା  ବଜରଙ୍ଗ ଦଳ ଓ  ବଲାଣି ପୋଲିସ 

କଟା ଗୋ ମାଂସ କୁ ଜବତ କଲା  ବଜରଙ୍ଗ ଦଳ ଓ  ବଲାଣି ପୋଲିସ 

ବଲାଣି/କେନ୍ଦୁଝର/୫/୧୨/୨୦୨୫(ଆଧାର ମିଡ଼ିଆ/ରିପୋର୍ଟ-ରାଜେନ୍ଦ୍ର ନନ୍ଦ)କେନ୍ଦୁଝର ଜିଲ୍ଲା ବଲାଣି ସୀମାନ୍ତ ଝାଡଖଣ୍ଡ ଟାଟିବାଗ୍ ଅଞ୍ଚଳର କିଛି ମାକଳିଆ ଜନଜାତି ସମ୍ପ୍ରଦାୟର ଲୋକେ ମୃତ୍ୟୁ ବରଣ କରିଥିବା ଗାଇ କୁ ଦେଖି ଯାଇଥିବା ବେଳେ ତାଙ୍କ ଅଞ୍ଚଳର ଲୋକଙ୍କୁ ମୃତ୍ୟୁ ଘଟିଥିବା ଗାଇ ବିଷୟରେ ଖବର ଦେଇଥିଲେ।ଖବର ପାଇ ଟାଟିବାଗ୍ ଅଞ୍ଚଳର କିଛି ମାକଳିଆ ସମ୍ପ୍ରଦାୟର ଯୁବକ ଏବଂ ନାବାଳିକା ମାନେ ଗୋ ମାଂସ ଖାଇବା ଉଦ୍ଦେଶ୍ୟ ନେଇ ଚମ୍ପୁଆ ବସ୍ତି ନାଳ ର ରେଳ ପୋଲ ତଳକୁ ଆସି ମଲା ଗାଈ ଟିର ମାଂସକୁ କାଟୁଥିଲେ।ଚମ୍ପୁଆ ବସ୍ତି ନାଳକୁ ସ୍ଥାନୀୟ ଚଟେଇ ହାଟିଂ ଗ୍ରାମର କିଛି ଯୁବକ ଗାଧେଇବାକୁ ଯାଇଥିବା ସମୟରେ ରେଳ ପୋଲ ତଳେ କିଛି ମାକଳିଆ ସମ୍ପ୍ରଦାୟର ଯୁବକ ଓ ନାବାଳିକା ମାନେ ଗୋ ମାଂସ କାଟୁଥିବା ଦେଖିବାକୁ ପାଇଥିଲେ।ସଙ୍ଗେ ସଙ୍ଗେ ସ୍ଥାନୀୟ ବଜରଙ୍ଗ ଦଳର ସଦସ୍ୟଙ୍କୁ ଖବର ଦେବା ପରେ ଖବର ପାଇ ବଜରଙ୍ଗ ଦଳର ସଦସ୍ୟ ମାନେ ଘଟଣା ସ୍ଥଳରେ ପହଞ୍ଚି ଥିଲେ।ସମସ୍ତଙ୍କୁ ଦେଖି ମାକଳିଆ ଜାତି ର ଯୁବକ ଓ ନାବାଳିକା ମାନେ ଦୌଡ଼ି ପଳାଇଥିଲେ।ତିନି ଯୁବକଙ୍କ ସହ ପାଞ୍ଚ ଜଣ ନାବାଳିକା ବସ୍ତାରେ ମାଂସ ନେ଼ଇ ଯାଇଥିବା ସମୟରେ ବଜରଙ୍ଗ ଦଳ ତାଙ୍କୁ ଧରିଥିଲେ ଓ ବଲାଣି ଥାନାକୁ ଖବର ଦେଇଥିଲେ।ବଲାଣି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ନିଛାଟିଆ ସ୍ଥାନରେ ଉକ୍ତ ଗୋ ମାଂସ ଗୁଡିକୁ ପତି ଦେବା କୁ କହିଥିଲେ ।
 

Recent Comments

Leave Comments

Top