କଣିହାଁ/୫/୧୨/୨୦୨୫(ଆଧାର ମିଡ଼ିଆ/ରିପୋର୍ଟ-ଟୁନା ସାହୁ)ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ସାନତ୍ରିବିଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ସମାରୋହ ବୁଧବାର ଦିନ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ କଣିହାଁ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରିୟରଞ୍ଜନ ପ୍ରଧାନ,ମୁଖ୍ୟ ବକ୍ତା ଭାବେ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ମଙ୍ଗୁଲୁ ଚରଣ ପ୍ରଧାନ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଜନ କୁମାର ସାହୁ ଯୋଗଦେଇଥିଲେ। ସାନତ୍ରିବିଡା ଗ୍ରାମ ପଞ୍ଚାୟତ ର ସରପଞ୍ଚ ସୁଜାତା ପ୍ରଧାନ,ସମିତି ସଭ୍ୟା ମିନାକ୍ଷୀ ସାହୁ,ସାନତ୍ରିବିଡା ଗ୍ରାମର ସଭାପତି ମାଧବ ଚନ୍ଦ୍ର ସାହୁ ଓ ସମ୍ପାଦକ ଚଗଲା ପ୍ରଧାନ,ବଟକ୍ରୁଷ୍ଣ ପ୍ରଧାନ,ସିଆରସିସି ରଞ୍ଜନ କୁମାର ବେହେରା,ଏସଏମସି ଅଧ୍ଯକ୍ଷ ବିଜୟ କୁମାର ବିଶ୍ବାଳ ଓ ମୋ ସ୍କୁଲ ଅଭିଯାନ ସଭାପତି ଡିଲେଶ୍ୱର୍ ସାହୁ ଆଦି ସମ୍ମାନୀତ ଅତିଥି ଭାବରେ ସମାହାରରେ ଯୋଗ ଦେଇଥିଲେ।ପିଲା ମାନଙ୍କୁ ନେଇ ପୂର୍ବରୁ ବିଭିନ୍ନ କ୍ରୀଡା ପ୍ରତିଯୋଗିତା କରାଯାଇଥିଲା।ଅଭିଭାବକ ମାନଙ୍କୁ ନେଇ ମଧ୍ୟ ଗୁପଚୁପ ଖାଇବା,ଜିଲାପି ଖାଇବା ଖେଳ ବେଶ ଆକର୍ଷଣୟ ହୋଇପାରିଥିଲା।ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଲକ୍ଷ୍ମୀ ସେଠୀ ସହ ଶିକ୍ଷକ ଗୋପୀ ନାଥ ନାଏକ,ବାବୁଲା ପ୍ରଧାନ,ହେମନ୍ତ କୁମାର ସାହୁ,ବିଷ୍ଣୁ ଚରଣ ବେହେରା ଓ ପ୍ରିତିମଞ୍ଜରି ସାହୁ ଆଦି ବଳିଷ୍ଠ ଭାବେ ସକ୍ରିୟ ରହି କ୍ରୀଡା ପରିଚାଳନା କରିଥିଲେ। ବିଜେତା ଛାତ୍ର ଛାତ୍ରୀ ସହ ବିଜେତା ଅଭିଭାବକ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ଶିକ୍ଷକ ଗୋପିନାଥ ନାଏକ ଧନ୍ଯବାଦ ଅର୍ପଣ କରିଥିଲେ।
Recent Comments