logo
add image
ସ୍ମାର୍ଟଇଣ୍ଡିଆ ହ୍ୟାକାଥନ୍-୨୦୨୫ ଗ୍ରାଣ୍ଡ ଫିନାଲି (ହାର୍ଡୱେର ଏଡିସନ) ପାଇଁ ଜିଆଇଇଟି ବିଶ୍ୱବିଦ୍ୟାଳୟ ନୋଡାଲ ସେଣ୍ଟର ଭାବେ ମନୋନୀତ 

ସ୍ମାର୍ଟଇଣ୍ଡିଆ ହ୍ୟାକାଥନ୍-୨୦୨୫ ଗ୍ରାଣ୍ଡ ଫିନାଲି (ହାର୍ଡୱେର ଏଡିସନ) ପାଇଁ ଜିଆଇଇଟି ବିଶ୍ୱବିଦ୍ୟାଳୟ ନୋଡାଲ ସେଣ୍ଟର ଭାବେ ମନୋନୀତ 

ଗୁଣପୁର/୫/୧୨/୨୦୨୫(ଆଧାର ମିଡ଼ିଆ)ସ୍ଥାନୀୟ ଜିଆଇଇଟି ବିଶ୍ୱବିଦ୍ୟାଳୟକୁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ଇନୋଭେସନ୍ ସେଲ୍,ଏ ଆଇ ସି ଟି ଇ, ନୂଆଦିଲ୍ଲୀ,ଓଡ଼ିଶା ସରକାର ଏବଂ ଖଣିଜ ମନ୍ତ୍ରାଳୟଙ୍କ ମିଳିତରେ ସ୍ମାର୍ଟ ଇଣ୍ଡିଆ ହ୍ୟାକଥନ୍-୨୦୨୫ ଗ୍ରାଣ୍ଡ ଫିନାଲି(ହାର୍ଡୱେର ଏଡିସନ) ନିମନ୍ତେ ନୋଡାଲ ସେଣ୍ଟର ଭାବେ ମନୋନୀତ କରାଯାଇଅଛି।ଏହି ଅବସରରେ ବିଶ୍ଵବିଦ୍ୟାଳୟରେ ଏକ ସାମ୍ୱାଦିକ ସମ୍ମିଳନୀରେ କୁଳପତି ଡ ଏ ଭି ଏନ୍ ଏଲ ଶର୍ମା ସୂଚନା ଦେଇଛନ୍ତି।ଏହି ହ୍ୟାକାଥନର ଗ୍ରାଣ୍ଡ ଫିନାଲି (ହାର୍ଡୱେର ଏଡିସନ) ଦେଶର ବିଭିନ୍ନ ପ୍ରଦେଶ ଯଥା -ଓଡ଼ିଶା,ଉତ୍ତର ପ୍ରଦେଶ,ମହାରାଷ୍ଟ୍ର,ତାମିଲନାଡୁ,ଆନ୍ଧ୍ର ପ୍ରଦେଶ,ତେଲେଙ୍ଗାନା ଏବଂ ହରିୟାଣା ପ୍ରମୁଖ ସ୍ଥାନରୁ ୨୦ଗୋଟି ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।ଗୋଟିଏ ଦଳରେ ୬ଜଣ ପ୍ରତିଯୋଗୀ ରହିଥିବା ବେଳେ ୨ ଜଣ ମେଣ୍ଟର ଭାବେ ଯୋଗ ଦେବେ।ଏହି ଦଳମାନେ ନୂତନ ଚିନ୍ତାଧାରା ସହ ସମାଜରେ ବର୍ତମାନ ଉପୁଜିଥିବା ବିଭିନ୍ନ ସମସ୍ୟା ର ସମାଧାନର ଉପାୟ ବାହାର କରିବେ।ଆସନ୍ତା ୮ଡିସେମ୍ବର ଏହି ଗ୍ରାଣ୍ଡ ଫିନାଲି(ହାର୍ଡୱେର ଏଡିସନ)ର ଶୁଭ ଉଦଘାଟନ ହେବ ଏବଂ ଏହା ୧୨ ଡିସେମ୍ବର ପର୍ଯ୍ୟନ୍ତ ଚାଲୁରହିବ।ଏହି ସମ୍ମିଳନୀରେ ପରୀକ୍ଷା ନିୟନ୍ତ୍ରକ ଡ.ପି ବିଜୟ କୁମାର ଯୋଗଦେଇ ସ୍ମାର୍ଟ ଇଣ୍ଡିଆ ହ୍ୟାକଥନ୍ ବିଷୟରେ କହିଥିଲେ।ଏହି କାଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟର ଏସ ପି ଓ ପି ଡଃ.ରାଘବେନ୍ଦ୍ର କୁମାର ପରିଚାଳନା କରିଥିଲେ.
 

Recent Comments

Leave Comments

Top