logo
add image
୨୫ ରୁ ରାଜ୍ୟ ସ୍ତରୀୟ ମଙ୍ଗଳା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ 

୨୫ ରୁ ରାଜ୍ୟ ସ୍ତରୀୟ ମଙ୍ଗଳା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ 

କାକଟପୁର/୬/୧୨/୨୦୨୫(ଆଧାର ମିଡ଼ିଆ-ତୁଷାର ଦୀକ୍ଷିତ)ପ୍ରତିବର୍ଷ ଭଳି ଚଳିତ ବର୍ଷ ପୁରୀଜିଲ୍ଲା କାକଟପୁରର ମା ମଙ୍ଗଳା ମିନି ଷ୍ଟାଡିୟମ ଠାରେ କାକଟପୁର ମଙ୍ଗଳା ଆଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଯାଉଛି ୩୬ତମ ରାଜ୍ୟସ୍ତରୀୟ ମଙ୍ଗଳା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ lଏଥିପାଇଁ ଶନିବାର ଦିନ ଆୟୋଜକ କ୍ଲବ ପକ୍ଷରୁ ଏକ ପ୍ରେସମିଟ ସ୍ଥାନୀୟ ଖୁଣ୍ଟିଆ କନଭେନ୍ସନ ଠାରେ ଅନୁଷ୍ଠିତ ହୋଇଯାଇଛି lଆସନ୍ତା ଡିସେମ୍ବର ୨୫ ତାରିଖରେ ଉଦଘାଟିତ ହୋଇ ଜାନୁଆରୀ ୪ ତାରିଖରେ ଉଦଯାପନ ହେବବୋଲି କ୍ଲବର ସଭାପତି ପ୍ରଦୀପ୍ତ କୁମାର ଦୀକ୍ଷିତ ପ୍ରକାଶ କରିଛନ୍ତି lଉକ୍ତ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ନାମୀ ଦାମୀ ଖେଳାଳି ମାନଙ୍କୁ ନେଇ ମୋଟ ୮ଟି ଦଳ ଭାଗ ନେବାକୁ ଥିବାବେଳେ ଚମ୍ପିୟାନ ଦଳକୁ ୫୦୫୫୫ ଟଙ୍କା ଏବଂ ରନର୍ସ ଦଳକୁ ୩୦୩୩୩ ଟଙ୍କା ପୁରସ୍କାର ରାଶି ଦିଆଯିବା ସହିତ ସମସ୍ତ ଖେଳାଳି ଧଳା ଡ୍ରେସ ପରିଧାନ କରି ଏସଜି ଡ଼ିଉଜ ବଲରେ ଖେଳିବା ସହିତ ୩୦ ଓଭର ବିଶିଷ୍ଟ ସମସ୍ତ ମ୍ୟାଚ ଖେଳାଯିବ ବୋଲି ଆୟୋଜକ କ୍ଲବର ସମ୍ପାଦକ ଶୁଭ୍ରାଂଶୁ ଭୂଷଣ ଦୀକ୍ଷିତ ସୂଚନା ଦେଇଛନ୍ତି lଅନ୍ୟମାନଙ୍କ ମଧ୍ୟରେ କାକଟପୁର ପ୍ରେସ କ୍ଲବର ସଭାପତି କମଳ ଲୋଚନ ଦୀକ୍ଷିତ,ଉପସଭାପତି ତୁଷାର ରଞ୍ଜନ ଦୀକ୍ଷିତ,ଆୟୋଜକ କ୍ଲବର ଉପଦେଷ୍ଟା ପ୍ରେମାନନ୍ଦ ଗୋଛାୟତ,କ୍ରୀଡା ସମ୍ପାଦକ ଭାଗବତ ସ୍ୱାଇଁ,କୋଷାଧକ୍ଷ ସୂର୍ଯ୍ୟକାନ୍ତ ଦୀକ୍ଷିତ,ସଞ୍ଜୟ ସାମଲ, ସୁଶାନ୍ତ କୁମାର ଦାସ,ପିଚ କ୍ୟୁରେଟର ଧିରେନ ଚାନ୍ଦଙ୍କ ସମେତ ସମସ୍ତ ଉପଦେଷ୍ଟା କମିଟି ସଦସ୍ୟ,ସଭ୍ୟ ଏବଂ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ lପ୍ରତ୍ୟେକ ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ସହିତ ଅନ୍ୟାନ୍ୟ ଆକର୍ଷଣୀୟ ପୁରସ୍କାର ରାଶି ଖେଳାଳି ମାନଙ୍କୁ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଆୟୋଜକ କ୍ଲବ ପକ୍ଷରୁ ସୂଚନା ଦିଆଯାଇଛି l
 

Recent Comments

Leave Comments

Top