ଯୋଡ଼ା/କେନ୍ଦୁଝର/୧୦/୧୨/୨୦୨୫(ଆଧାର ମିଡ଼ିଆ//ରିପୋର୍ଟ-ଟଙ୍କଧର ପାତ୍ର) କଥାରେ ଅଛି ଅରକ୍ଷିତ କୁ ଦଇବ ସାହା ଏହାର ଅର୍ଥ ଯାହାର କେହି ନଥାନ୍ତି ତାଙ୍କ ପାଇଁ ଭଗବାନ ସହାୟ।ସେହିଭଳି କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକା ଅଧିନସ୍ଥ ୱାର୍ଡ ନମ୍ୱର ୨ ରେ ରହୁଥିବା ରାଜୁ ମୁଣ୍ଡା ନାମକ ବ୍ୟକ୍ତି ହୃଦଘାତରେ ମୃତ୍ୟୁବରଣ କରିବା ପରେ ତାଙ୍କର ୩ ବର୍ଷର ଶିଶପୁତ୍ର ଏକାକୀ ହେଇଯାଇଥିଲା। ସେହି ସମୟରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଙ୍କ ଶିଷ୍ୟl ବା ସମାଜସେବୀ ପାର୍ବତୀ ଗୁଡ଼ିଆ ମୃତକ ଙ୍କ ଖବର ପାଇ ସେ ସେଠାକୁ ଯାଇଥିଲେ ଓ ସଙ୍ଗେ ସଙ୍ଗେ ସାହାଯ୍ୟର ହାତ ବଢ଼ାଇଥିଲେ।ସେରେଣ୍ଡା ଠାରେ ଥିବା ଆଦିବାସୀ ବିକାଶ ସମିତି ଓ ଅଣ ସରକାରୀ ସଂସ୍ଥା "ନୂଆ ଆଶା ସେବା ସଂସ୍ଥା" ରେ ଥିବା ସମାଜ ସେବୀ ମାନେ ରାଜୁ ମୁଣ୍ଡା ର ମୃତ୍ୟୁପରେ ଶୁଦ୍ଧିକ୍ରିୟା କ୍ରମ କରିବା ସହିତ ଓ ଶିଶୁ ପୁତ୍ର ର ସମସ୍ତ ଖର୍ଚ୍ଚ ବହନ କରିଥିଲେ।ଯାହାକି ବୁଦ୍ଧିଜୀବି ମହଲରେ ଖୁବ୍ ପ୍ରଶଂସା ର ପାତ୍ର ହୋଇପାରିଛନ୍ତି। ତିନି ବର୍ଷର ଶିଶପୁତ୍ର ପାଇଁ ସମାଜସେବୀ ମନାଲିସା ଗୁଡ଼ିଆ, ସୁଶ୍ରୀ ସ୍ଵାଗତିକା ସାହୁ,ସପନ ମାଝୀ, ପାର୍ବତୀ ଗୁଡ଼ିଆ, ରିତା ଓରାମ, ସୁଷମା ବଦ୍ରା, ୨ ନମ୍ୱର ୱାର୍ଡ କାଉନସିଲର ସୌଦାମିନୀ ନାଏକ, ଗୋହମି ମୁଣ୍ଡା ଓ ଶ୍ରୀକୃଷ୍ଣ ବିନ୍ଧାଣି ସର୍ବଦା ସାହାଯ୍ୟ ପାଇଁ ଆଗ ଧାଡ଼ିରେ ରହିବେ ବୋଲି କହିଛନ୍ତି।
Recent Comments