logo
add image
ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ବଳଙ୍ଗା ଥାନାରେ ଆଗତ ହେଲା ୪ମାମଲା.ତଦନ୍ତ ଜାରି

ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ବଳଙ୍ଗା ଥାନାରେ ଆଗତ ହେଲା ୪ମାମଲା.ତଦନ୍ତ ଜାରି

ପିପିଲି/୧୦/୧୨/୨୦୨୫/(ଆଧାର ମିଡ଼ିଆ)- ପିପିଲି ଏସଡିପିଓ ଅଫିସ ଅଧିନ ବଳଙ୍ଗା ଥାନା ଅନ୍ତର୍ଗତ ଭାର୍ଗବୀ ନଦୀର ଦେଉଳୀ ବାଲିଘାଟକୁ କେନ୍ଦ୍ରକରି ମଙ୍ଗଳବାର ଦିନ ସକାଳେ ଗ୍ରାମର ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା ।ସେହି ଗଣ୍ଡଗୋକୁ ନେଇ ପୋଲିସ ନିକଟରେ ୪ ଗୋଟି ଅଭିଯୋଗ ହୋଇଛି. ପୋଲିସ ଅଭିଯୋଗ ପାଇ ୪ଗୋଟି ମାମଲା ଆଗତ କରିବା ସହିତ ତଦନ୍ତ ଜାରିରଖିଛି. ଉକ୍ତ ଗ୍ରାମରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଲାଗି ପୋଲିସ ମୁତୟନ କରିବା ସହ ନିଜେ ଥାନା ଆଇ ଆଇ ସି ଦିବ୍ୟରଞ୍ଜନ ପଣ୍ଡା. ପିପିଲି ଏସ ଡିପିଓ ଦେବାଶିଷ ମିଶ୍ର ତୀକ୍ଷିଣ ନଜର ରଖିଥିବା ଜାଣିବାକୁ ମିଳିଛି.
ଗଣ୍ଡଗୋଳରେ ଉଭୟ ଗୋଷ୍ଠୀର ୫ଜଣ ଗୁରୁତର ହୋଇଛନ୍ତି .ସେମାନଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ବାଲିପରିବହନ ପାଇଁ ଆସିଥିବ ଗୋଟିଏ ଟ୍ରାକ୍ଟରକୁ ଭଙ୍ଗାରୁଜା କରାଯାଇଥିଲା । ଏନେଇ ଥାନାରେ ଉଭୟ ପକ୍ଷରୁ ପୃଥକ ପୃଥକ ଭାବେ ୪ଟି ଅଭିଯୋଗ କରାଯାଇଛି । ସୂଚନା ମୁତାବକ ଗତକିଛି ଦିନ ତଳେ ଭାର୍ଗବୀ ନଦୀରୁ ବାଲି ଚୋରାଚାଲାଣ କରିଆସୁଥିଲା ବେଳେ ଦେଉଳୀ ଗ୍ରାମର ଗୋଟିଏ ଗୋଷ୍ଠୀ ତାଙ୍କୁ ସହଯୋଗ କରୁଥିବାରୁ ବାଲିଘାଟକୁ ବିରୋଧ କରୁଥିବା ଅନ୍ୟ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହେବାସହ ବଳଙ୍ଗା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ତେବେ ୨ଦିନ ବାଲି ଉଠାଣ ବନ୍ଦ ରହିବା ପରେ ପୁନର୍ବାର ନଦୀରୁ ଉକ୍ତ ବାଲି ଉଠଇବା ଆରମ୍ଭ କରିଦେଇଥିଲେ ଏକ ଗୋଷ୍ଠୀ । ଯାହାକୁ ନେଇ ଗ୍ରାମରେ ଅନ୍ୟ ଗୋଷ୍ଠୀ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।
ମଙ୍ଗଳବାର ଦିନ ସକାଳେ ଗ୍ରାମର ସଦାଶିବ ବେହେରା ନଦୀକୁ ଶୌଚ ହେବାକୁ ଯିବା ସମୟରେ ନଦୀରୁ କେତେକ ଟ୍ରାକ୍ଟର ବାଲି ନେଉଥିବା ଦେଖି ସେଠାକୁ ଯାଇ କଣପାଇଁ  ବାଲି ନେଉଛ ବୋଲି ଗାଡି ଚାଳକଙ୍କୁ ପଚାରିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଗ୍ରାମର ଧୋବେଇ ବେହେରାଙ୍କ ସହିତ ଅନ୍ୟ କେତେକ ବ୍ୟକ୍ତି ସଦାଶିବଙ୍କୁ ଘେରିଯାଇଥିଲେ । ପାଟିତୁଣ୍ଡ ଶୁଣି ଗ୍ରାମର ବାଲି ଘାଟକୁ ବିରୋଧ କରୁଥିବା କେତେକ ଯୁବକ ଘଟଣା ସ୍ଥଳକୁ ଯିବାରେ ସେଠାରେ ଧୋବଈଙ୍କ ସମେତ ଉପସ୍ଥିତ ଥିବା ଅନ୍ୟ ଯୁବକ ମାନେ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଆକ୍ରମଣରେ ସଦାଶିବ,ଶକ୍ତି ପ୍ରସାଦ ବାରିକଙ୍କ ମୁଣ୍ଡ ଫାଟିଯାଇଥିଲା ବେଳେ ଗଣେଶ୍ଵର ନାୟକ ଓ ମନୋରଂଜନ ନାୟକଙ୍କ ଶରୀରରେ, ଗୁରୁତର ଆଘାତ ଲାଗିଥିଲା ଏସମ୍ପର୍କରେ ସଦାଶିବଙ୍କ ପତ୍ନୀ ଜ୍ୟୋସ୍ନା ବେହେରା, ଶକ୍ତିପ୍ରସାଦ ବାରିକଙ୍କ ପତ୍ନୀ ଖୁସି ସେନାପତି ଓ ଗଣେଷ ନାୟକଙ୍କ ପତ୍ନୀ କଣ୍ଡେଇ ନାୟକଙ୍କ ପକ୍ଷରୁ ପୃଥକ ପୃଥକ ଭାବେ ଥାନାରେ ଅଭିଯୋଗ କରାଯାଇଛି ।
ଅପର ପକ୍ଷରେ ମଙ୍ଗଳବାର ଦିନ ସକାଳ ସାଢେ ୭ଟାରେ ଧୋବେଇ ନଦୀକୁ ଶୌଚପାଇଁ ଯାଇଥିଲା ବେଳେ ସ୍ଥାନିୟ ସରପଂଚ ଦେବାଶିଷ ଆଚାର୍ଯ୍ୟ ଓରଫ ଟୁଲା ଭାଇନାଙ୍କ ନିର୍ଦ୍ଦେଶରେ ଗ୍ରାମର ୧୦ରୁ ଉଦ୍ଧବ୍ୟକ୍ତି ଧୋବଇଙ୍କୁ ନ‌ଦୀର ଅପର ପାର୍ଶ୍ବକୁ ଟେକିନେଇ ଜାତିଆଣ ଆକ୍ଷେପ କରିବା ସହ ମାଡ଼ମାରି ଧୋବେଇଙ୍କ ପେଟରେ ଶାବଳ ଭର୍ତି କରିଦେଇଥିଲେ । ଏହିସମୟରେ ଧୋବେଇଙ୍କ ପୁଅ ଓ ପତ୍ନୀମାନେ ଘଟଣା ସ୍ଥଳକୁ ଯିବାରେ ଆକ୍ରମଣ କାରୀମାନେ ସେମାନଙ୍କୁ ମାଡ ମାରିଥିଲେ ବୋଲି ଧୋବେଇଙ୍କ ପତ୍ନୀ ଶୈଳବାଳା ବେହେରା ଥାନାରେ ଅଭିଯୋଗ କରିଛନ୍ତି ।ଆଉ ମଧ୍ୟ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ସରପଞ୍ଚ ଧୋବେଇ ବେହେରା ଘରେ ନଥିବା ବେଳେ ଏହାର ସୁଯୋଗ ନେଇ ଆହତ ଧୋବେଇ ବେହେରାଙ୍କ ସ୍ତ୍ରୀକୁ ବଳାତ୍କାର କରିଥିଲା. ଯାହାକି ଏନେଇ ବଳଙ୍ଗା ଥାନାରେ ଅଭିଯୋଗ ହୋଇଥିଲା. ଥାନା ବଲାତ୍କାରୀ ଅଭିଯୋଗରେ ମାମଲା ଆଗତ କରି ନଥିବାରୁ ଏନେଇ ଧୋବେଇ ଉଚ୍ଚ ପଦାଧିକାରି ଅଫିସଙ୍କୁ ଜଣାଇବାରୁ ସ୍ଥାନୀୟ ସରପଞ୍ଚ ଏଭଳି ନାରକୀୟ କାଣ୍ଡ ଘଟାଇଛି ଅନ୍ୟ ପଟରେ ଧୋବେଇଙ୍କ ଅବସ୍ଥା ଶଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ ପିପିଲି ପରେ ଭୁବନେଶ୍ୱର ଏବଂ କଟକ ସ୍ଥାନାନ୍ତରିତ ହୋଇ ଏକ ଘରୋଇ ଡାକ୍ତର ଖାନାରେ ଚିକିତ୍ସା ହେଉଛି.

Recent Comments

Leave Comments

Top