logo
add image
ସ୍ଵାମୀ ବିବେକାନନ୍ଦ ଲୋକସଂସଦ ପକ୍ଷରୁ ଆଲୋଚନା ଚକ୍ର

ସ୍ଵାମୀ ବିବେକାନନ୍ଦ ଲୋକସଂସଦ ପକ୍ଷରୁ ଆଲୋଚନା ଚକ୍ର

ବୌଦ୍ଧ.୧୩/୧୨/୨୦୨୫/(ଆଧାର ମିଡ଼ିଆ)-ଆଜି ଶନିବାର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ବୀରନରସିଂହପୁର ସାଧୁଚରନ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଜିଲ୍ଲା ସ୍ବାମୀ ବିବେକାନନ୍ଦ ଲୋକସଂସଦ ତରଫରୁ ସ୍ବାମୀ ବିବେକାନନ୍ଦଙ୍କ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି l  ପ୍ରଥମେ ବିବୋନନ୍ଦଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ ପ୍ରଦୀପ ପ୍ରଜ୍ବଳନକରି କାର୍ଯ୍ୟକ୍ରମକୁ ସୁଭାରମ୍ଭ କରଯାଇଥିଲା। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ନବଦୀପ ଅତିଥି ମାନଙ୍କ ପରିଚୟ ସହିତ ସ୍ଵାଗତଭାଷଣ ପ୍ରଦାନ କରିଥିଲେ । ଏହି ଆଲୋଚନା ଚକ୍ରର ଜିଲ୍ଲା ସଂଯୋଜକ ଅଧ୍ୟାପକ ଡଃ ଅମରେଶ ସାହୁ ପ୍ରାରମ୍ଭିକ ଭାଷଣ ଦେବାସହ ଏହାର ଆଭିମୂଖ୍ୟ ଉପସ୍ଥାପନ କରିଥିଲେ । ସଭାପତି ଭାବରେ ଲୋକ ସଂସଦର ଜିଲ୍ଲା ସଭାପତି ହୃଷୀକେଶ ପ୍ରଧାନ ସ୍ବାମୀଜୀଙ୍କ ସାଧନା ଓ କାର୍ଯ୍ୟକଳାପ ଉପରେ ବହୁତଥ୍ୟ ପ୍ରଦାନ କରିଥିଲେ। ମୂଖ୍ୟ ବକ୍ତା ଭାବରେ ଲୋକ ସଂସଦ ସମ୍ଭାଗର ସଂପାଦକ ତଥା ଅଧ୍ୟାପକ ଡଃ ପ୍ରବୀର କୁମାର ଦାସ ଯୋଗଦେଇ ସ୍ବାମୀ ବିବେକାନନ୍ଦଙ୍କ ଜୀବନୀ, ଆଦର୍ଶ ଓ ଆଜିର ଯୁବସମାଜ ପାଇଁ ଏହା କେତେ ଦୁର ଉପାଦେୟ ସେ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋ ଚନା କରିଥିଲେ । ଅନ୍ୟତମ ବକ୍ତା ଲୋକ ସଂସଦର ଜିଲ୍ଲା ସମ୍ପାଦକ ଅଧ୍ୟାପକ ସଦାନନ୍ଦ ମାହାର ସ୍ୱାମୀଜୀ କିପରି ସନାତନ ଧର୍ମକୁ ପୁନର୍ଜୀବିତ କରିଥିଲେ ସେ ଉପରେ ବର୍ଣ୍ଣନା କରିଥଲେ । ଏଥିରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ ଏବଂ ଶେଷରେ ସମସ୍ତେ ଭଲ ମଣିଷ ଏବଂ ସମାଜନିଷ୍ଠ ହୋଇ ରହିବା ପାଇଁ ଶପଥ ନେଇଥିଲେ । ସର୍ବ ଶେଷରେ ଅଧ୍ୟାପିକା ପ୍ରଭାତୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Recent Comments

Leave Comments

Top