logo
add image
ଗୁଣୁପୁର ବ୍ଲକରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଗୁଣୁପୁର ବ୍ଲକରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଗୁଣପୁର/୧୩/୧୨/୨୦୨୫/-ଗୁଣୁପୁର ଶିଶୁ ବିକାଶ ଯୋଜନା ବିଭାଗ ଆନୁକୂଲ୍ୟରେ ବ୍ଲକ ସଦ ଭାବନା ଗୃହରେ କେନ୍ଦ୍ର ସରକାରଙ୍କ ବେଟିବଚାଓ ବେଟିପଢ଼ାଓ (ଅଦ୍ଵିକା ) ଏବଂ ସାଇବର କ୍ରାଇମ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗୁଣୁପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ୱସ୍ତିକ ଜମାଦାର  ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥିଭାବେ ଗୁଣୁପୁର ସଦର ଥାନା ଅଧିକାରୀ ରଂଜିତ ତ୍ରିପାଠୀ ବ୍ଲକ ମଙ୍ଗଳ ଅଧିକାରୀ ଗଙ୍ଗାଧର ବେହେରା  ସାହାରା ପରିବାର ପରାମର୍ଶ କେନ୍ଦ୍ର ର ସଚିବ ପ୍ରମୋଦ କୁମାର ସାହୁ,ଆଶା ଅନୁଷ୍ଠାନର ସମ୍ପାଦକ ୱାଇ ବେଣୁଧର,ଅଧିବକ୍ତା ପ୍ରଦିପ କୁମାର ପାଢ଼ୀ ଯୋଗଦେଇ ବର୍ତ୍ତମାନ ସମାଜରେ ଇଣ୍ଟରନେଟ ସାଇବର କ୍ରାଇମ ବଢୁଥିବାରୁ କ୍ଷୋଭପ୍ରକଶ କରିବା ସହ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ମୋବାଇଲ ଠାରୁ ଦୁରେଇ ରହିବାକୁ ଜଣାଇ ଥିଲେ ।
ସମାଜରେ କନ୍ୟାଭୃଣ ହତ୍ୟା ବଢୁଥିବାରୁ କନ୍ୟାଭୃଣ ହତ୍ୟା ବନ୍ଦକରିବା ସହ ବେଟି ବଚାଓ ବେଟି ପଢ଼ାଓ ଯୋଜନା ପ୍ରଧାନମନ୍ତ୍ରୀଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ବକ୍ତା ମାନେ ନିଜ ବ୍ୟକ୍ତବରେ କହିଥିଲେ । ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ନେଇ ଏକ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା ଏବଂ କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ଏହି କାର୍ଯ୍ୟକ୍ରମରେ ଗୁଣୁପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅନନ୍ତ ପାତ୍ର ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଗୁଣୁପୁର ବ୍ଲକ ଶିଶୁବିକାଶ ଅଧିକାରୀ ସୁଶ୍ରୀ ସୁଷମା ପ୍ରସାଦ ପରିଚାଳନା କରିଥିବା ବେଳେ ବିଭିନ୍ନ ସ୍କୁଲ କଲେଜର ବହୁ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ଏବଂ ଶିଶୁ ବିକାଶ ପ୍ରକଳ୍ପର ସମସ୍ତ କର୍ମଚାରୀ ସହଯୋଗ କରି ଥିଲେ ।

Recent Comments

Leave Comments

Top