ପିପିଲି/ପୁରୀ/୧୩/୧୨/୨୦୨୫/ (ଆଧାର ମିଡ଼ିଆ)-ବେଆଇନ ବାଲିଘାଟ ଖୋଲିବା ନେଇ ବଳଙ୍ଗା ଥାନା ଅଞ୍ଚଳରେ ଦୁଇଗୋଷ୍ଠୀ ମୁଁହା ମୁଁହି ହୋଇଛନ୍ତି .ଏକ ଠିକାସଂସ୍ଥା କାର୍ଯ୍ୟରେ ବାଲି ବ୍ୟବହାର ହେବା ନେଇ ଠିକାସଂସ୍ଥା ଏକ ଗୋଷ୍ଠୀକୁ ବିପୁଳଅର୍ଥ ଦେଇ ବେଆଇନ ଭାବରେ ବାଲି ଉଠାଣ କରିବାକୁ ଚେଷ୍ଟା କରୁଥିବା ସମୟରେ ସ୍ଥାନୀୟ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି. ଯାହାକୁ ନେଇ ଉଭୟ ପକ୍ଷ ମୁଁହା ମୁଁହି ହେବାଯୋଗୁ ଖବରପାଇ ବଳଙ୍ଗା ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ ଧୀନ ରଖିଛି.ଏନେଇ କୌଣସି ପକ୍ଷରୁ ଥାନାରେ ଅଭିଯୋଗ ହୋଇନଥିବା ସୂଚନା ମିକିଛି.ଗତ କିଛିଦିନ ତଳେ ବାଲି ଉଠାଣକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ୫ଜଣରୁ ଉର୍ଦ୍ଧ ଗୁରୁତର ଆହତ ହୋଇ ଡାକ୍ତର ଖାନାରେ ଚିକିତ୍ସା ହେଉଛନ୍ତି. ଯାହାକି ବଳଙ୍ଗା ଥାନାରେ ୪ଗୋଟି ମାମଲା ଆଗତ କରାଯାଇଛି. ସେହି ମାମଲାରେ ପୋଲିସ ୩ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି.
Recent Comments