ରେଙ୍ଗାଲି /ସମ୍ବଲପୁର/୧୩/୧୨/୨୦୨୫ (ଆଧାର ମିଡ଼ିଆ/ରିପୋର୍ଟ-ସୁନିଲ କୁମାର ନାଥ)-ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଠାରେ ଆଜି ରେଙ୍ଗାଲି ଓୟୁଜେ ସାମ୍ବାଦିକ ସଙ୍ଘ ଏବଂ ରେଙ୍ଗାଲି ବରିଷ୍ଠ ନାଗରିକଙ୍କ ମିଳିତ ଆନୁକୂଲ୍ୟରେ ଓଟିଭ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ସୃତିସଭା ପାଳିତ କରିଛନ୍ତି। ରମାକାନ୍ତଙ୍କ ବିୟୋଗ ଖବରରେ ପୁରା ରେଙ୍ଗାଲି ଓୟୁଜେ ସଂଘ ,ବରିଷ୍ଟ ନାଗରିକ ସଦସ୍ୟ ମାନେ ଭାଙ୍ଗି ପଡିବା ସହ ଉକ୍ତ ଘଟଣାର ତଦନ୍ତ ଏବଂ ରମାକାନ୍ତଙ୍କ ପରିବାରକୁ ଉଚିତନ୍ୟାୟ ମଧ୍ୟ ଦାବି କରିଥିଲେ ଲ ସଦସ୍ୟ ମାନେ ୨ମିନିଟ ନିରବ ପ୍ରାର୍ଥନା କରି ଅମର ଆତ୍ମାର ସତ୍ଗତି କାମନା କରିଥିଲେ।
ବରିଷ୍ଠ ସାମ୍ବାଦିକ ହରିହର ନାଥଙ୍କ ସଭାପତିତ୍ବରେ ଏହି ସଭାଟି ଅନୁ୍ଷ୍ଠୀତ ହୋଇଥିବା ବେଳେ ବରିଷ୍ଠ ସାମ୍ବାଦିକ ଦୁର୍ଗାଶଙ୍କର ବାଗ ସଂଯୋଜନା କରିଥିଲେ।ବ୍ଳକ ୟୁନିଟର ସଭାପତି ମନୋଜ ମୁଦୁଲି, ସମ୍ପାଦକ ହିମାଂଶୁ ଦାସ ଓୟୁଜେ ଜିଲ୍ଲା ଉପ- ସଭାପତି ଦିନେଶ ମାହାଣା,କୋଷାଧ୍ୟକ୍ଷ ହେମନ୍ତ କୁମାର ରାଉତ,ଜିଲ୍ଲା ବରିଷ୍ଠ ନାଗରିକ ପରିଷଦର ସଂଯୋଜକ ଅନ୍ତର୍ଯାମୀ ପାଣି,ବରିଷ୍ଠ ସମାଜସେବୀ ଶଶିଭୂଷଣ ସାହୁ,ଦୟାସଗର ଧର,ବସନ୍ତ ରଣା ପ୍ରମୁଖ ଯୋଗଦେଇ ସ୍ବର୍ଗତ ମହାନନ୍ଦଙ୍କ ବ୍ୟକ୍ତିତ୍ବ ଓ ସାମ୍ବାଦିକତାର ସ୍ମୁତି ଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଷରେ ବ୍ଳକ ୟୁନିଟର କୋଷାଧ୍ୟକ୍ଷ ସୁନିଲ ନାଥ ଧନ୍ୟବାଦ ଅର୍ପଣ କରିଥିଲେ।
Recent Comments