logo
add image
ଜିଆଇଇଟି ବିଶ୍ୱବିଦ୍ୟାଳୟର ଦ୍ବିତୀୟ ସମାବର୍ତ୍ତନ ସମାରୋହ ଅନୁଷ୍ଠିତ

ଜିଆଇଇଟି ବିଶ୍ୱବିଦ୍ୟାଳୟର ଦ୍ବିତୀୟ ସମାବର୍ତ୍ତନ ସମାରୋହ ଅନୁଷ୍ଠିତ

ଗୁଣୁପୁର/୧୪/୧୨/୨୫/(ଆଧାର ମିଡ଼ିଆ)-ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ଦ୍ବିତୀୟ ସମାବର୍ତ୍ତନ ସମାରୋହ ଅନୁଷ୍ଠିତ ହୋଇଯାଇଛି /  ବିଶ୍ୱବିଦ୍ୟାଳୟର ସଭାପତି ଡ଼ ସତ୍ୟ ପ୍ରକାଶ ପଣ୍ଡା ଆନୁଷ୍ଠାନିକ ଭାବେ ସମାବର୍ତ୍ତନ ଉତ୍ସବର ପ୍ରାରମ୍ଭ ଘୋଷଣା କରିଥିଲେ .ବିଶ୍ଵବିଦ୍ୟାଳୟର ଉପ-କୁଳପତି ଡ଼ ଏ ଭି ଏନ ଏଲ ଶର୍ମା  ସ୍ବାଗତ ଭାଷଣ ପ୍ରଦାନ କରିବା ସହ ବାର୍ଷିକ ବିବରଣୀ ଓ ବିଶ୍ୱବିଦ୍ୟାଳୟର ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ଅବଗତ କରିଥିଲେ  । ପ୍ରୋ ଚାନ୍ସେଲର ପ୍ରଫେସର ଡ଼ ଲଳିତ ମୋହନ ପଟ୍ଟନାୟକ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଶପଥ ପାଠ କରାଇଥିଲେ l ବିଶ୍ୱବିଦ୍ୟାଳୟର ଉପ ସଭାପତି ଡ଼ ଚନ୍ଦ୍ରଧ୍ୱଜ ପଣ୍ଡା ଯୋଗଦେଇ ଗବେଷଣା ମାଧ୍ୟମରେ ସକାରାତ୍ମକ ଚିନ୍ତାଧାରା ସୃଷ୍ଟି  କରିବା ସହ ଶିକ୍ଷା ଓ ଆଧୁନିକ ଚିନ୍ତାଦ୍ଵାରା ସମାଜ ସେବାପାଇଁ କହିଥିଲେ। ସଭାପତି ଡ଼ ସତ୍ୟ ପ୍ରକାଶ ପଣ୍ଡା ଯୋଗଦେଇ ବିଜ୍ଞାନ ଓ ବୈଷୟକ ଗବେଷଣା କ୍ଷେତ୍ରରେ ଅଧିକ ଉନ୍ନତିର ଆବଶ୍ୟକତା ରହିଛି ବୋଲି କହିବା ସହ କଠିନ ପରିଶ୍ରମ ଓ ଏକାଗ୍ରତା  ଦ୍ୱାରା ଲକ୍ଷ୍ୟହାସଲ କରି ଭାରତକୁ ଏକ ମହାନ ଦେଶ ଭାବେ ଗଢିବାକୁ ଆହ୍ବାନ ଦେଇଥିଲେ ।ଏହି ସମାରୋହରେ ମୁଖ୍ୟଅତିଥି ଭାବେ ଭାରତ ସରକାରଙ୍କ ଭାରତୀୟ ପାଣିପାଗ ବିଭାଗର  ମହାନିର୍ଦ୍ଦେଶକ ତଥା ବିଶ୍ୱ ପାଣିପାଗ ସଂଗଠନର ତୃତୀୟ ଉପ ସଭାପତି ଡ. ମୃତୁଞ୍ଜୟ ମହାପାତ୍ର ଯୋଗଦେଇ ୧୫ ଜଣ ଛାତ୍ରଛାତ୍ରୀଙ୍କୁ ସ୍ଵର୍ଣ ପଦକ ସହ ସ୍ନାତକରେ ୩୬୦ ଜଣଙ୍କୁ ଓ  ସ୍ନାତକତ୍ତୋରରେ  ୧୭୦ ଜଣଙ୍କ ସହ ୩୦ ଜଣଙ୍କୁ ପି ଏଚ ଡି  ଡିଗ୍ରୀ ପ୍ରଦାନ କରିଛନ୍ତି 
ଏହାସହ ବଳରାମ ପଣ୍ଡା ସ୍ମାରକୀ ପୁରସ୍କାର  ୩ ଜଣ ଓ ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ କୃତିତ୍ୱ ପାଇଁ  ୩ ଜଣଙ୍କୁ ସମ୍ମାନିତ କରିଥିଲେ ।ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ବିଶ୍ବବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ଓ ଅବଦାନ ପାଇଁ ପ୍ରଶଂସା କରିବା ସହ ଅଭିନବ ଚିନ୍ତାଧାରା ସଫଳତାର ଚାବିକାଠୀ ଓ ସାଂପ୍ରତିକ ବିଷୟରେ ଗବେଷଣା କରିବା ପାଇଁ  ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ  କରିଥିଲେ।ସମ୍ମାନୀୟ ଅତିଥି ଭାବେ ଏନ୍ ଆଇ ଟି ରାୟପୁରର ନିର୍ଦ୍ଦେଶକ ଡ.ଏନ୍ ଭି ରାମାନା ରାଓ ଯୋଗଦେଇ ଉଚ୍ଚ,ନୂତନ ଚିନ୍ତାଧାରା ଓ ଗବେଷଣା ମାଧ୍ୟମରେ ସମାଜର ଉନ୍ନତି ପାଇଁ ଆଗକୁ ଆସିବା ପାଇଁ ଆହ୍ବାନ ଦେଇଥିଲେ।ବିଶ୍ୱବିଦ୍ୟାଳୟର  ପରୀକ୍ଷା ନିୟନ୍ତ୍ରକ ଡ଼ ପି ବିଜୟ କୁମାର ,ବିଶ୍ୱ ବିଦ୍ୟାଳୟର  ବୋର୍ଡ଼ ସଦସ୍ୟ ବୃନ୍ଦ ,ସଂଯୋଜକ ଡ ରାଧାକୃଷ୍ଣ ପାଢ଼ୀ,ସମସ୍ତ ବିଭାଗର ଡିନ, ବିଭାଗର ମୁଖ୍ୟ ,ଅଧ୍ୟାପକ ,ଅଧ୍ୟାପିକା ଓ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ. ପରିଶେଷରେ ରେଜିଷ୍ଟ୍ରାର ଡ଼ ଏନ.ଭି.ଜଗନ୍ନାଧା ରାଓ ଧନ୍ୟବାଦ ଅର୍ପଣ କରିଥିଲେ ।

Recent Comments

Leave Comments

Top