logo
add image
ଧାନବିଲରେ ଚାଲିଗଲା ଚାଷୀଙ୍କଜୀଵନ

ଧାନବିଲରେ ଚାଲିଗଲା ଚାଷୀଙ୍କଜୀଵନ

ପିପିଲି/୧୪/ ୧୨/୨୦୨୫/(ଆଧାର ମିଡ଼ିଆ): ନିଆଁ ନେଇଗଲା ଜୀବନ. ନିଜ ଧାନବିଲ ମଝିରେ ନିଆଁରେ ଜଳିଗଲେ ଅରିଶଲ ସୁନାମୁହିଁ ଗାଁର ଚାଷୀ ଗଜେନ୍ଦ୍ର ସ୍ୱାଇଁ! ନିଜ ବିଲରେ ଲଗାଇଥିବା ପାଳନିଆଁ ବିଲପାଖ ବିଲକୁ ପଳାଇ ଲାଗିଯାଇଥିବା ଦେଖି ନିରୁପାୟ ହୋଇ ନିଜେ ଲିଭାଇବାକୁ ଚେଷ୍ଟା କରିଥିବା ବେଳେ ନିଆଁର ଭିତରକୁ ନିଜେ ପଶିଯାଇଥିଲେ ଯାହା ଫଳରେ ନିଆଁରେ ସମ୍ପୂର୍ଣ ପୋଡି ହୋଇଯାଇ ଜୀବନ ଯାଇଛି! ପୁରା ଅଂଚଳରେ ଶୋକର ଛାୟା ଖେଳିଯାଇଛି .ଘଟଣା ସ୍ଥଳରେ ପିପିଲି ଥାନା ଅଧିକାରୀ ସୌମେନ୍ଦ୍ର ଶେଖର ତ୍ରିପାଠୀ ପହଁଜି ମୃତ ଚାଷୀଙ୍କ ଶବକୁ ଯବତ କରିବା ଶହ କରୁଛନ୍ତି ତଦନ୍ତ! ଏପଟେ ମୃତଚାଷୀ ଗଜେନ୍ଦ୍ର ଆଶା କରିଥିଲେ ଅମଳଧାନ ବିଲପରେ ନଡାକୁ ପୋଡି ନୂଆଚାଷ କରିବେ ବୋଲି!  ଆଶା ଆଶରେ ରହିଗଲା ଶେଷରେ ପୋଡିହୋଇ ପ୍ରାଣଗଲା । ଚାଷୀ ଗଜେନ୍ଦ୍ର ପୋଡିହେବା ଘଟଣା ଏବେ ସୁନାମୋହି ଅଞ୍ଚଳରେ ଚଞ୍ଚଲ୍ୟ ଖେଳାଇ ଦେଇଛି!  ଶଵ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ସମସ୍ତ ତଥ୍ୟ ଜଣାପଡିଵ ସେପଟେ ପରିବାର. ମୃତ୍ୟୁ ଚାଷୀଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ ହୋଇଛି। ଘଟଣା ସ୍ଥଳରେ ରାଜୋସ୍ୟ ବିଭାଗର ତିନି ଜଣିଆ ଟିମସ୍ଥିତି ଆକଳନ କରି ଫେରିଛନ୍ତି ।

Recent Comments

Leave Comments

Top