ରେଢ଼ାଖୋଲ/୧୬/୧୨/୨୦୨୫/(ଆଧାର ମିଡ଼ିଆ ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ୍ ଅନ୍ତର୍ଗତ କଦଳୀଗଡ ପଞ୍ଚାୟତ ସ୍ଥିତ ପିଏମଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଦିନ ବାର୍ଷିକ ଉତ୍ସବ ଅନୁଷ୍ଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦୀପ ପ୍ରଜ୍ବଳନ ଓ ସ୍ଵାଗତ ସଙ୍ଗୀତ ଗାନକରି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ରାଜୀବ ଲୋଚନ ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରେଢ଼ାଖୋଲ ବିଧାୟକ ତଥା ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଯୋଗଦାନ କରି ଅନୁଷ୍ଠାନକୁ ବିଧାୟକ ପାଣ୍ଠିରୁ ୫ ଲକ୍ଷ ଟଙ୍କାର ଡାଇନିଙ୍ଗ ହଲ ନିର୍ମିତ ପାଇଁ ଅର୍ଥ ମଞ୍ଜୁର କରିବାପାଇଁ ପ୍ରକାଶ କରିବା ସହ ପିଲାଙ୍କୁ ମନ ଦେଇ ପାଠପଢି ଭଲମଣିଷ ହେବାକୁ ଛାତ୍ର ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।
ଏଥିରେ ମୁଖ୍ୟବକ୍ତା ଭାବରେ ରେଢ଼ାଖୋଲ ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହାନ୍ତ, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଶରତ କୁମାର ପ୍ରଧାନ, ବିଇଓ ରଞ୍ଜିତ ଭୋଇ,କଦଳୀଗଡ ସରପଞ୍ଚ ସରୋଜ ସେଠୀ, ଅନୁଷ୍ଠାନର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷକ ହରିହର ପ୍ରଧାନ, ପରିଚାଳନା କମିଟି ସଭାପତି ପଦ୍ମନାଭ ବିଶି ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ବ୍ଲକ୍ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ ବିଦ୍ୟାଳୟକୁ ବ୍ଲକ୍ ଅନୁଦାନ ପାଣ୍ଠିରୁ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସାଇକେଲ ଷ୍ଟାଣ୍ଡ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥିରେ ଶିକ୍ଷକ ଶ୍ରୀକାନ୍ତ ମହାନ୍ତି ସ୍ଵାଗତ ଭାଷଣ ଦେଇଥିବା ବେଳେ ଶିକ୍ଷକ ଦୁଃଖୀଶ୍ୟାମ ପ୍ରଧାନ ଅତିଥି ପରିଚୟ ଓ ଶିକ୍ଷୟତ୍ରୀ ମମତା ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ଶେଷରେ ବିଜୁ ବେରିହା ଧନ୍ୟବାଦ୍ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା।
Recent Comments