logo
add image
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବିଦ୍ୟାଳୟରେ ଏକଉନ୍ନତ ସଭ୍ୟତାଭବେ ଜନ୍ମଦିନ ପାଳିତ l

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବିଦ୍ୟାଳୟରେ ଏକଉନ୍ନତ ସଭ୍ୟତାଭବେ ଜନ୍ମଦିନ ପାଳିତ l

ବଲାଣି/ବଡବିଲ/୧୬/୧୨/୨୫/(ଆଧାର ମିଡିଆ/ରିପୋର୍ଟ-ରାଜେନ୍ଦ୍ର ନନ୍ଦ) କେନ୍ଦୁଝର ଜିଲ୍ଳା ବଲାଣି ଟାଉନସିପ ସ୍ତିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବିଦ୍ୟାଳୟ ରେ ଅଧ୍ୟୟନ କରୁଥିବା ଶିଶୁ ଉଦ୍ୟସ୍ୱରୂପ ବେହେରାଙ୍କ ଜନ୍ମଦିନ ସ୍କୁଲ୍ ପରିସରରେ ମଙ୍ଗଳବାର ଦିନ ଏକ ଉନ୍ନତ ସଭ୍ୟତା ଭାବେ ପାଳିତ ହୋଇଯାଇଛି । ସେ ବଲାଣି ସେଲ୍ ରେ କାର୍ଯ୍ୟରତ ଥିବା ବିଭୁଭୁଷଣ ବେହେରାଙ୍କ ସୁପୁତ୍ର । ଏହି ଅବସରରେ ସମସ୍ତ ଗୁରୁଜୀ ଗୁରୁମା ତାଙ୍କ ଜନ୍ମଦିନ ଉତ୍ସବରେ ମା ସରସ୍ବତୀଙ୍କ ନିକଟରେ ତାଙ୍କର ଦୀର୍ଘାୟୁ କାମନା କରିଥିଲେ ,ହିନ୍ଦୁ ଧର୍ମ ପରମ୍ପରା ଅନୁଯାୟୀ ଶିଶୁଙ୍କର ଜନ୍ମଦିନ ପାଳନ କରାଯାଇଥିଲା । ଏହିଦିନ ଶିଶୁଙ୍କ ଦ୍ୱାରା ତୁଳସୀ ପୂଜନ ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମ ରଖାଯାଇଥିଲା । ପାଶ୍ଚାତ୍ୟ ସଂସ୍କୃତିକୁ ଅନୁକରଣ ନକରି ହିନ୍ଦୁଧର୍ମ ପରମ୍ପରାକୁ ଅନୁକରଣ କରିବା ଏହି ଜନ୍ମଦିନ ଉତ୍ସବର ଉଦ୍ଦେଶ୍ୟ ଓ ମହତ୍ତ୍ୱ ପ୍ରାଚୀନ ସନାତନ ପରମ୍ପରାକୁ ଜୀବିତ କରିବା ପାଇଁ ଅଭିଭାବକ ପ୍ରକାଶ କରିଥିବାର ଜଣାପଡିଛି l

Recent Comments

Leave Comments

Top