logo
add image
ବିଧାୟକଙ୍କ ଦ୍ୱାରା ଶୁକଳ ଡିଷ୍ଠିବ୍ୟୁଟାରୀ ଭିତ୍ତିପ୍ରସ୍ତର ଉଦଘାଟନ.

ବିଧାୟକଙ୍କ ଦ୍ୱାରା ଶୁକଳ ଡିଷ୍ଠିବ୍ୟୁଟାରୀ ଭିତ୍ତିପ୍ରସ୍ତର ଉଦଘାଟନ.

ପିପିଲି/୧୭/୧୨/୨୦୨୫/(ଆଧାର ମିଡ଼ିଆ)-ବୁଧବାର ଦିନ ପୂର୍ବାହ୍ନ ସମୟରେ ପୁରୀ ଜିଲ୍ଲା ଜଳସମ୍ପଦ ବିଭାଗ ଡିଭିଜନ ଅଧୀନରେ ଥିବା ପିପିଲି ଶୁକଳ ଡିଷ୍ଠିବ୍ୟୁଟାରୀରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ଦ୍ୱାରା ଦୁଇଗୋଟି ପ୍ରକଳ୍ପ ଭିତ୍ତିପ୍ରସ୍ତର ଉଦଘାଟନ ହୋଇ ଯାଇଛି.ପିପିଲି ନୁଆସାସନ ପଞ୍ଚାୟତ ଶୁକଳ ଡିଷ୍ଠିବ୍ୟୁଟାରୀ ଆର ଡ଼ି ୨ .୫ କିମି ଠାରୁ ୬ .୫  କିମି ପର୍ଯ୍ୟନ୍ତ ପ୍ରାୟ ୭ କୋଟିଟଙ୍କା ବ୍ୟୟବରାଦ ହୋଇଛି. ସେହିଭଳି ଯସୁଆପୁର ପଞ୍ଚାୟତ ମାଧିପୋଟଳୀ ଡିଷ୍ଠିବ୍ୟୁଟାରୀ ଆର ଡ଼ି ୧୦ .00 କିମିଠାରୁ ୧୫ .00 କିମି ପର୍ଯ୍ୟନ୍ତ ୬ .୬୧   ଅର୍ଥ ବ୍ୟୟବରାଦ ହୋଇଛି. ଉକ୍ତ କାର୍ଯ୍ୟନିମନ୍ତେ ପୁରୀଜିଲ୍ଲା ଜଳସମ୍ପଦ ବିଭାଗ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ଅମୀୟକୁମାର ସେଠ ଓ ପିପିଲି ଉପଖଣ୍ଡ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିଚିତ୍ରା ନନ୍ଦ ମାଝୀଙ୍କ ଏସ୍ଟିମେଣ୍ଟ ଅନୁଯାୟୀ ଓଡିଶା ଜଳସମ୍ପଦ ବିଭାରର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ରାଜେଶ କୁମାର ମହାନ୍ତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଟେଣ୍ଡର ପ୍ରକାଶ ପାଇଥିଲା.ଟେଣ୍ଡର ପ୍ରକାଶ ପାଇବା ପରେ ଠିକାଦାର ନିଯୁକ୍ତି ହୋଇଛି.ଏହି ସମୟରେ ଦଳୀୟ କର୍ମୀ ଏବଂ ପିପିଲି ଜଳସମ୍ପଦ ବିଭାଗ କନିଷ୍ଠଯନ୍ତ୍ରୀ ତନ୍ମୟ ବେହେରା ଉପସ୍ଥିତ ରହି ଥିବାବେଳେ ସାତଶଙ୍ଖ ସେକ୍ସନ ଅଫିସର କର୍ମଚାରୀ ଓ ଖଲାସୀମଧ୍ୟ ଉପସ୍ଥିତ ଥିଲେ .

Recent Comments

Leave Comments

Top